ଓଡିଶା

odisha

By

Published : Mar 8, 2021, 7:33 PM IST

ETV Bharat / bharat

ଦେଶର ମହିଳା ରିପୋର୍ଟରଙ୍କୁ ପ୍ରଂଶସା କଲେ ଲୋକସଭା ବାଚସ୍ପତି

କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ବେଶ ପ୍ରଶଂସା କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲ୍ଲା । ମହିଳା ରିପୋର୍ଟରଙ୍କ ସମସ୍ୟା ବିଷୟରେ ମଧ୍ୟ କହିଛନ୍ତି ବାଚସ୍ପତି । ଅଧିକ ପଢନ୍ତୁ...

ଦେଶର ମହିଳା ରିପୋର୍ଟରଙ୍କୁ ପ୍ରଂଶସା କଲେ ଲୋକସଭା ବାଚସ୍ପତି
ଦେଶର ମହିଳା ରିପୋର୍ଟରଙ୍କୁ ପ୍ରଂଶସା କଲେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ: ଆଜି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ସମାଜର ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନକୁ ସମ୍ମାନ ଜଣାଉଛି ସାରା ବିଶ୍ବ । ଦେଶରେ ବି ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମହିଳାଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ନିଜର ବାର୍ତ୍ତା ଦେଇଛନ୍ତି । ଏହି କ୍ରମରେ କାର୍ଯ୍ୟରତ ମହିଳା ସାମ୍ବାଦିକଙ୍କୁ ବେଶ ପ୍ରଶଂସା କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲ୍ଲା ।

ଖବର ସଂଗ୍ରହ କ୍ଷେତ୍ରରେ ମହିଳା ସାମ୍ବାଦିକଙ୍କ ସଂଘର୍ଷ ବିଷୟରେ ଲୋକସଭା ବାଚସ୍ପତି କହିଛନ୍ତି, ମହିଳା ରିପୋର୍ଟରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ରିପୋର୍ଟିଂ ପାଇଁ ରିମୋର୍ଟ ଅଞ୍ଚଳକୁ ଯିବାକୁ ପଡୁଛି । କିନ୍ତୁ ସେମାନଙ୍କ ମନରେ ସହାନୁଭୂତି ରହିଥାଏ ।

ବାଚସ୍ପତି କହିଛନ୍ତି, ଯେତେବେଳେ ମହିଳା ସାମ୍ବାଦିକମାନେ ଲୋକମାନଙ୍କର କୌଣସି ଅନ୍ୟାୟ କିମ୍ବା ଯନ୍ତ୍ରଣା ଦେଖନ୍ତି, ସେମାନେ ସାମ୍ବାଦିକତାର କର୍ତ୍ତବ୍ୟ ସହିତ ମାନବିକତା ପ୍ରଦର୍ଶିତ କରି କାର୍ଯ୍ୟ କରନ୍ତି ଏବଂ ସତ୍ୟକୁ ସାମ୍ନାକୁ ଆଣନ୍ତି ବୋଲି କହିଛନ୍ତି ଓମ ବିର୍ଲା ।

ABOUT THE AUTHOR

...view details