ଜୟପୁର: ବାଚସ୍ପତି ଓମ ବିର୍ଲା ରାଜସ୍ଥାନର କୋଟା ଗସ୍ତରେ ଥିବାବେଳେ ସେ ହଠାତ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି । ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି । ତାଙ୍କର ଫୁଡ ପଏଜନିଂ ସମସ୍ୟା ଦେଖାଯାଇଥିବା ପ୍ରାଥମିକ ଭାବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ବିର୍ଲାଙ୍କର ଶକ୍ତିନଗରସ୍ଥିତ ବାସଭବନରେ ସ୍ବତନ୍ତ୍ର ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା କରୁଛି ।
ତାଙ୍କର ଅସୁସ୍ଥତା କାରଣରୁ ପୁର୍ବରୁ ସ୍ଥିର କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିବାକୁ ପଡିଛି । କୋଟା ଓମ ବିର୍ଲାଙ୍କର ନିଜ ସଂସଦୀୟ କ୍ଷେତ୍ର ହୋଇଥିବାବେଳେ ସେ ତାଙ୍କ ଗସ୍ତ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟାକୁ ନେଇ ଜନ ଶୁଣାଣି କରିବାର କାର୍ଯ୍ୟକ୍ରମ ଥିଲା । ସେ ସେଠାରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜନଶୁଣାଣିରେ ଉପସ୍ଥିତ ଥିଲେ । ଶୀତ ଦିନରେ ରାତିରେ ରାସ୍ତା କଡରେ ଶୋଇଥିବା ନିରାଶ୍ରୟ ବ୍ୟକ୍ତିମାନଙ୍କୁ ସେ କମ୍ବଳ ମଧ୍ୟ ବଣ୍ଟିଥିଲେ ।