ଓଡିଶା

odisha

ETV Bharat / bharat

ସଂସଦରେ ଅପଶବ୍ଦ ବ୍ୟବହାର କଲେ ବିଜେପି ସାଂସଦ ବିଧୁରୀ, ବାଚସ୍ପତି ଦେଲେ କଡା ଚେତାବନୀ; କାରଣ ଦର୍ଶାଅ ନୋଟିସ ଜାରି - ସାଂସଦ ବିଧୁରୀଙ୍କୁ ବାଚସ୍ପତି ଦେଲେ କଡା ଚେତାବନୀ

ବିଏସପି ସାଂସଦ ଦାନିଶ ଅଲ୍ଲିଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କଲେ ବିଜେପି ସାଂସଦ ରମେଶ ବିଧୁରୀ । କଡ଼ା ଚେତାବନୀ ଦେଲେ ବାଚସ୍ପତି ଓମ ବିର୍ଲା । ଏପଟେ ଦଳ ଜାରି କରିଛି କାରଣ ଦର୍ଶାଅ ନୋଟିସ । ଅଧିକ ପଢନ୍ତୁ

BJP MP Ramesh Bidhuri
BJP MP Ramesh Bidhuri

By ETV Bharat Odisha Team

Published : Sep 22, 2023, 3:46 PM IST

Updated : Sep 22, 2023, 4:11 PM IST

ନୂଆଦିଲ୍ଲୀ:ସଂସଦରେ ସ୍ବତନ୍ତ୍ର ଅଧିବେଶନ ସମୟରେ ଶାଳୀନତା ଭୁଲିଗଲେ ବିଜେପି ସାଂସଦ ରମେଶ ବିଧୁରୀ । ବହୁଜନ ସମାଜ ପାର୍ଟି (BSP) ସାଂସଦ ଦାନିଶ ଅଲ୍ଲିଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିବା ପରେ ବିଜେପି ସାଂସଦ ବିଧୁରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ସମୟରେ ଉଭୟ ସାଂସଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ବିଜେପି ସାଂସଦ ଦାନିଶଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ । ଏପଟେ ଦଳ ଜାରି କରିଛି କାରଣ ଦର୍ଶାଅ ନୋଟିସ ।

ସଂସଦରେ ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-୩ ନେଇ ବିତର୍କ ଜାରି ଥିବା ସମୟରେ ବିଜେପି ସାଂସଦ ରମେଶ ବିଧୁରୀ ବିଏସପି ସାଂସଦ ଦାନିଶ ଅଲ୍ଲିଙ୍କୁ ଗାଳିଗୁଲଜ କରିଥିଲେ । ଯାହାର ଏକ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଛି । ଏହି ଭିଡିଓରେ ବିଜେପି ସାଂସଦ ବାରମ୍ବାର ତାଙ୍କ ସାଥୀ ସାଂସଦଙ୍କୁ ଗାଳିଗୁଲଜ କରିବା ସହ ଆପତ୍ତିଜନକ ଭାଷା ପ୍ରୟୋଗ କରିଥିଲେ । ଯାହାକି ଅନ୍ୟ ସଦସ୍ୟଙ୍କୁ ଚକିତ ଓ କ୍ରୋଧିତ କରିଥିଲା ।

ଏହା ବି ପଢନ୍ତୁ- Monsoon Session: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ଆପ୍‌ ସାଂସଦ ରାଘବ ଚଢା

ଏହାପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବାଚସ୍ପତି ଓମ ବିର୍ଲା । ଏନେଇ ବାଚସ୍ପତି ବିଜେପି ସାସଂଦ ବିଧୁରୀଙ୍କୁ ଏକ ନୋଟିସ କରି କଡ଼ା ଚେତାବନୀ ଦେଇଛନ୍ତି । ଯଦି ଭବିଷ୍ୟତରେ ସଂସଦ ମଧ୍ୟରେ ସାଂସଦ ଏପରି ଆପତ୍ତିଜନକ ଶବ୍ଦ ପ୍ରୟୋଗ ସହ ଦୁର୍ବବ୍ୟବହାର କରନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ଚେତାବନୀ ଦେଇଛନ୍ତି ।

ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏନେଇ ଦୁଃଖପ୍ରକାଶ କରିଛନ୍ତି । ସେ କହିଛନ୍ତି, "ସାଂସଦଙ୍କ ମନ୍ତବ୍ୟରେ ଯଦି ବିରୋଧୀ ଆଘାତପ୍ରାପ୍ତ ହୋଇଥାନ୍ତି ତେବେ ଏଥିଲାଗି ମୁଁ ଦୁଃଖ ପ୍ରକାଶ କରୁଛି ।" ରାଜନାଥଙ୍କ ଏହି କ୍ଷମା ପ୍ରାର୍ଥନା ଅନେକ ବିରୋଧୀ ଦଳର ନେତାଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହୋଇଥିଲା । ବିରୋଧୀ ଦଳର ସାଂସଦମାନେ ବିଧୁରୀଙ୍କ ଏଭଳି କାର୍ଯ୍ୟକଳାପ ଲାଗି ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦାବି କରିଥିଲେ।

ଏନେଇ କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶଙ୍କଠୁ ଆରମ୍ଭ କରି ଆରଜେଡି ସାଂସଦ ମନୋଜ ଝା ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି । ସେହିପରି ସିପିଆଇ (ଏମ) ବିଧୁରୀଙ୍କ ଗିରଫ ଦାବି କରିଛି । ଅନ୍ୟପଟେ ନ୍ୟାସନାଲ କନଫରେନ୍ସ ନେତା ଉମର ଅବଦୁଲ୍ଲା ସାଂସଦ ବିଧୁରୀଙ୍କ ଏହି ମନ୍ତବ୍ୟକୁ ସମଗ୍ର ମୁସଲିମ ସମ୍ପ୍ରଦାୟ ଲାଗି ଆପତ୍ତିଜନକ ଶବ୍ଦ ଥିଲା ବୋଲି କହିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Last Updated : Sep 22, 2023, 4:11 PM IST

ABOUT THE AUTHOR

...view details