ଓଡିଶା

odisha

By ETV Bharat Odisha Team

Published : Nov 23, 2023, 7:56 PM IST

ETV Bharat / bharat

ମହୁଆ ମୋଇତ୍ରା ମାମଲାର ପ୍ରଭାବ: ଏଣିକି ସଂସଦ ଓ୍ବେବସାଇଟ ତଥ୍ୟ ଅନ୍ୟ କାହାକୁ ଦେଇପାରିବେନି ସାଂସଦ

ଶୀତ ଅଧିବେଶନ ପୂର୍ବରୁ ନିର୍ଦ୍ଦେଶାବଳି ଜାରି କଲା ଲୋକସଭା ସଚିବାଳୟ । ସଂସଦ ଓ୍ବେବସାଇଟ ଲଗ-ଇନ୍‌ ତଥ୍ୟ ଅନ୍ୟ କାହାକୁ ନଦେବାକୁ ସାଂସଦଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମହୁଆ ମୋଇତ୍ରା ମାମଲାର ପ୍ରଭବ: ସଂସଦ ଓ୍ବେବସାଇଟ ତଥ୍ୟ ଅନ୍ୟ କାହାକୁ ଦେଇପାରିବେନି ସାଂସଦ
ମହୁଆ ମୋଇତ୍ରା ମାମଲାର ପ୍ରଭବ: ସଂସଦ ଓ୍ବେବସାଇଟ ତଥ୍ୟ ଅନ୍ୟ କାହାକୁ ଦେଇପାରିବେନି ସାଂସଦ

ନୂଆଦିଲ୍ଲୀ:ସଂସଦ ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦଙ୍କ ପାଇଁ ଲୋକସଭା ସଚିବାଳୟ ଏକ ନୋଟିସ୍‌ ଜାରି କରିଛି । ଯେଉଁଥିରେ କୁହାଯାଇଛି, ସାଂସଦମାନେ ସେମାନଙ୍କ ସଂସଦ ଓ୍ବେବସାଇଟ ଲଗ-ଇନ ପାସଓ୍ବାର୍ଡ ଓ ଅନ୍ୟ ତଥ୍ୟ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ । କେବଳ ସାଂସଦମାନେ ନିଜେ ହିଁ ଏହାର ବ୍ୟବହାର କରିପାରିବେ । ସେମାନଙ୍କ ସହଯୋଗୀ କିମ୍ବା ଅନ୍ୟ କେହି ଥାର୍ଡପାର୍ଟି ଏହାକୁ ବ୍ୟବହାର କରିବେ ନାହିଁ । କେବଳ ଓଟିପି ମାଧ୍ୟମରେ ସାଂସଦମାନେ ହିଁ ଏହାକୁ ବ୍ୟବହାର କରିବେ ବୋଲି ଲୋକସଭା ସଚିବାଳୟ କହିଛି । ଏହା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସହ ଜଡିତ ‘କ୍ୟାସ ଫର କ୍ବାରୀ’ ମାମଲାର ପ୍ରଭାବ ବୋଲି କୁହାଯାଉଛି ।

ଟିଏମସି ସାଂସଦ ମହୁଆ ମୋଇତ୍ରା ଶିଳ୍ପପତି ଦର୍ଶନ ହୀରନନ୍ଦାନୀଙ୍କଠାରୁ ଅର୍ଥ ଗ୍ରହଣ କରି ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ସହ ଲୋକସଭା ବାଚସ୍ପତିଙ୍କ ନିକଟରେ କାର୍ଯ୍ୟାନଷ୍ଠାନ ପାଇଁ ଦାବି କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏହା ପରେ ମହୁଆ ତାଙ୍କ ସଂସଦ ଓ୍ବେବସାଇଟର ଲଗ-ଇନ ଡିଟେଲ୍ସ ହୀରାନନ୍ଦାନୀ ଓ ଅନ୍ୟ କିଛି ନିକଟତମ ସହଯୋଗୀଙ୍କୁ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏହାକୁ ନିଜେ ମହୁଆ ମଧ୍ୟ ସ୍ବୀକାର କରିଥିଲେ । କହିଥିଲେ, ସେ ବ୍ୟସ୍ତ ଥିବା କାରଣରୁ ପ୍ରଶ୍ନ ପ୍ରସ୍ତୁତ କରିବା ପାଇଁ ସେ ଏହି ଆଇଡି ଡିଟେଲ୍ସ ଦେଇଥିଲେ । ଏହା ଆଇନ ବିରୁଦ୍ଧ ନୁହେଁ । ସେମାନେ ଓଟିପି ମାଧ୍ୟମରେ ତାଙ୍କର ଅନୁମୋଦନ ପାଇବା ପରେ ହିଁ କୌଣସି ଅକ୍ଟିଭିଟି ଓ୍ବେବସାଇଟରେ ସବମିଟ ହେଉଥିଲା । ଏହା ଅନ୍ୟ ସହଯୋଗୀଙ୍କୁ ଦେବା ଉପରେ କୌଣସି କଟକଣା ନଥିବା ସେତେବେଳେ ମହୁଆ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କଠୁ ବଳିଗଲେ ଦିଦି: କହିଲେ ‘ପାପୀ’ଙ୍କ ପାଇଁ ଫାଇନାଲରେ ହାରିଲା ଭାରତ

ଏହା ପରେ ମହୁଆଙ୍କ ଏହି ସଂସଦ ଆଇଇଡି ଦୁବାଇରୁ ଏକାଧିକ ଥର ଲଗଇନ୍‌ ହୋଇଥିବା ମଧ୍ୟ ଜଣାପଡିଥିଲା । ଏହି ଘଟଣାକୁ ତଦନ୍ତ କରୁଥିବା ସଂସଦ ଏଥିକ୍ସ କମିଟି ନିଜ ତଦନ୍ତ ଶେଷ କରି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ରିପୋର୍ଟ ପ୍ରଦାନ କରିସାରିଛି । ଏଥିରେ ମହୁଆଙ୍କୁ ବରଖାସ୍ତ କରାଯିବା ନେଇ ସୁପାରିଶ ମଧ୍ୟ ରହିଛି । ତେବେ ଏହି ଅଧିବେଶନରେ ମହୁଆ ମୋଇତ୍ରାଙ୍କ ‘କ୍ୟାସ ଫର କ୍ବାରୀ’ ପ୍ରସଙ୍ଗରେ ଗୃହରେ ମଧ୍ୟ ଉଠିପାରେ । ଏହା ପୂର୍ବରୁ ଆଜି ଲୋକସଭା ସଚିବାଳୟ ଏହି ସମ୍ପର୍କିତ ପ୍ରସଙ୍ଗରେ ଗାଇଡଲାଇନ ଜାରି କରିଛି । ସାଂସଦମାନେ ନିଜ ସଂସଦ ଓ୍ବେବସାଇଟ ଲଗଇନ ନିଜେ ବ୍ୟବହାର ବ୍ୟତୀତ କୌଣସି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ପ୍ରଦାନ ନକରିବା ପାଇଁ ଜାରି ଗାଇଡଲାଇନରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details