ଓଡିଶା

odisha

Covid Scare In Parliament ! ଗତକାଲି ଗୃହରେ ଯୋଗ ଦେଇଥିବା ସାଂସଦଙ୍କୁ କୋରୋନା

By

Published : Dec 21, 2021, 3:55 PM IST

Updated : Dec 21, 2021, 4:19 PM IST

ଶୀତ ଅଧିବେଶନ ଜାରି ରହିଥିବା ବେଳେ ବିଏସପି ସାଂସଦ କନୱାର ଦାନିଶ ଅଲ୍ଲୀଙ୍କୁ କୋରୋନା । ଗତକାଲି ଗୃହରେ ଦେଇଥିଲେ ଯୋଗ । ନିଜ ଆଡୁ ପରୀକ୍ଷା କରାଇବା ପାଇଁ କଲେ ନିବେଦନ । ଅଧିକ ପଢନ୍ତୁ

ସଂସଦରେ କୋରୋନା ଭୟ, ଗତକାଲି ଗୃହରେ ଯୋଗ ଦେଇଥିବା ସାସଂଦ କୋଭିଡ ସଂକ୍ରମିତ
ସଂସଦରେ କୋରୋନା ଭୟ, ଗତକାଲି ଗୃହରେ ଯୋଗ ଦେଇଥିବା ସାସଂଦ କୋଭିଡ ସଂକ୍ରମିତ

ନୂଆଦିଲ୍ଲୀ: ସଂସଦରେ କୋରୋନା ଭୟ । ବିଏସପି ଲୋକସଭା ସାଂସଦ କନୱାର ଦାନିଶ ଅଲ୍ଲୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଏବେ ସଂସଦରେ ଭୟ ବଢିଛି । କାରଣ ସାଂସଦ ଅଲ୍ଲୀ ଗତକାଲି (ସୋମବାର) ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ତେବେ ସେ ସମ୍ପୂର୍ଣ୍ଣ ତଥା ଦୁଇଟି ଡୋଜ ଟିକା ଗ୍ରହଣ କରିସାରିଥିବା ବେଳେ ଆଜି ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ନିଜ ଆଡୁ ପରୀକ୍ଷା କରାଇବା ଅନୁରୋଧ କରି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପ୍ରକାଶ ପାଇଥିଲା । ପରେ ସେ ପରୀକ୍ଷା କରାଇଥିବାରୁ ସେ କୋଭିଡରେ ସଂକ୍ରମିତ ଥିବା ଜଣାପଡିଥିଲା । ଏବେ ତାଙ୍କର କିଛି ସ୍ବାସ୍ଥ୍ୟଗତ ସମସ୍ୟା ନଥିବାବେଳେ ସେ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି।

ସେହିପରି ଦେଶରେ ଆଜି ମୋଟ 5,326 ନୂତନ କୋଭିଡ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 453 ମୃତ୍ୟୁ ରେକର୍ଡ ହୋଇଛି । ଦେଶରେ ବର୍ତ୍ତମାନ 79,097 ସକ୍ରିୟ ମାମଲା ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ମଧ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ବର୍ତ୍ତମାନ ପ୍ରାୟ 200 ଟି ଓମିକ୍ରନ ମାମଲା ଚିହ୍ନଟ ହୋଇସାରିଲାଣି । ନୂତନ ଭାରିଆଣ୍ଟ ବିରୋଧରେ ଦେଶରେ ଉପଲବ୍ଧ କୋଭିଡ ଟିକାଗୁଡ଼ିକର ପ୍ରଭାବ ଏକ ସପ୍ତାହ ମଧ୍ୟରେ ଜଣାପଡିବା ନେଇ ଅନୁଧ୍ୟାନ ଜାରି ରହିଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 21, 2021, 4:19 PM IST

ABOUT THE AUTHOR

...view details