ନୂଆଦିଲ୍ଲୀ:ସଂସଦ ଶୀତ ଅଧିବେଶନରେ ଜାରି ରହିଛି ସଂସଦଙ୍କ ନିଲମ୍ବନ । ଆଜି ପୁଣି ସସପେଣ୍ଡ ହୋଇଛନ୍ତି ଦୁଇ ଜଣ ସାଂସଦ । ସେମାନେ ହେଲେ କଂଗ୍ରେସର ସି. ଥୋମାସ ଏବଂ ସିପିଆଇର ଏଏମ୍ ଆରିଫ୍ । ଏଥି ସହିତ ଚଳିତ ଶୀତ ଅଧିବେଶନରେ ମୋଟ୍ ନିଲମ୍ବିତ ସାଂସଦଙ୍କ ସଂଖ୍ୟା 143ରେ ପହଞ୍ଚିଛି । ଆଜି ନିଲମ୍ବିତ ହୋଇଥିବା ଦୁଇ ଜଣ ସାଂସଦ ଲୋକସଭାର । ଲୋକସଭାକୁ ପ୍ଲାକାର୍ଡ ଧରି ଆସିବା ଏବଂ ଗୃହର ୱେଲ୍ ନିକଟକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ ଥୋମାସ ଏବଂ ଆରିଫ୍ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଲୋକସଭାରେ, କଂଗ୍ରେସ ସାଂସଦ ସି. ଥୋମାସ ଏବଂ ସିପିଆଇ ସାଂସଦ ଏଏମ୍ ଆରିଫଙ୍କ ନିଲମ୍ବିନ ସଂପର୍କରେ ସୂଚନା ଦେଇଛନ୍ତି । ସି. ଥୋମାସ ଏବଂ ଏଏମ୍ ଆରିଫ୍, ଦୁଇ ଜଣ ଯାକ କେରଳରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।
ପୁଲୋଲି ଚାକୋ ଥୋମାସ ହେଉଛନ୍ତି କେରଳରୁ କଂଗ୍ରେସ ସାଂସଦ । ସେ 2003 ରୁ 2004 ପର୍ଯ୍ୟନ୍ତ କେରଳର ଆଇନ ମନ୍ତ୍ରୀ ଥିଲେ । 1989ରୁ ଲୋକସଭାକୁ ଛଅ ଥର ନିର୍ବାଚିତ ହୋଇଛନ୍ତି । ଥୋମାସ କେରଳ କଂଗ୍ରେସର ଡେପୁଟି ଚେୟାରମ୍ୟାନ୍ ଅଛନ୍ତି । ସେହିପରି ଏଏମ୍ ଆରିଫ କେରଳ ଆଲ୍ଲାପୁଝା ଲୋକସଭା ଆସନରୁ ସାଂସଦ ଅଛନ୍ତି । ସେ 2019ରେ ସିପିଆଇ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ । ନିଲମ୍ବନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଥୋମାସ ଏବଂ ଆରିଫ।