ଓଡିଶା

odisha

ETV Bharat / bharat

Parliament Monsoon Session: ପେଗାସସ ଝଡରେ ଧୋଇଗଲା ସଂସଦର ପ୍ରଶ୍ନକାଳ

ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ସାଂସଦ ମାନେ ପେଗାସସ ସ୍ପାଇୱେୟାରକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ନେଇ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ । ଗୃହ ପରିଚାଳନା ସମ୍ଭବ ନହେବାରୁ ମାତ୍ର ୬ ମିନିଟରେ ଅଧ୍ୟକ୍ଷ ଗୃହକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁତଲବୀ ରଖିଥିଲେ ।

By

Published : Jul 20, 2021, 12:21 PM IST

ପେଗାସସ ପ୍ରଜେକ୍ଟ
ପେଗାସସ ପ୍ରଜେକ୍ଟ

ନୂଆଦିଲ୍ଲୀ: ସଂସଦର ମୌସୁମୀର ଦ୍ବିତୀୟ ଦିନର ପ୍ରଶ୍ନକାଳ ମଧ୍ୟ ହଟ୍ଟଗୋଳ ହଙ୍ଗାମାରେ ଧୋଇଗଲା । ନା ବିରୋଧୀ ଲୋକଙ୍କ ସମସ୍ୟାକୁ ନେଇ ସମ୍ବେଦନଶୀଳ ହେଲେ ନା ସରକାର ସରଳତା ଦେଖାଇ ବିରୋଧୀଙ୍କୁ ବୁଝାଇବାକୁ ଉଦ୍ୟମ କଲେ । ଫଳରେ ଲମ୍ବା ବ୍ୟବଧାନ ପରେ ବସିଥିବା ମୌସୁମୀ ଅଧିବେଶନର ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ହୋଇପାରିଲା ନାହିଁ ।

ଆଜି ପୂର୍ବାହ୍ନ ୧୧ ଟାରେ ସଂସଦ ଆରମ୍ଭ ହେବା କ୍ଷଣି ଲୋକସଭାରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ପେଗାସସ ସ୍ପାଇୱେୟାର ପ୍ରସଙ୍ଗକୁ ନେଇ କଂଗ୍ରେସ, ଟିଏମସି, ସପା, ଆରଜେଡି, ଡିଏମକେ ପ୍ରମୁଖ ଲୋକସଭାରେ ନାରାବାଜୀ କରିଥିଲେ। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବାରମ୍ବାର ନିବେଦନ ସତ୍ତ୍ବେ ବିରୋଧୀ ନାରାବାଜୀ ଜାରି ରଖିଲେ । ଫଳରେ ମାତ୍ର ୪ ମିନିଟ ଚାଲିବା ପରେ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ସେପଟେ ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ସାଂସଦ ମାନେ ପେଗାସସ ସ୍ପାଇୱେୟାରକୁ ନେଇ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ । ଗୃହ ପରିଚାଳନା ସମ୍ଭବ ନହେବାରୁ ମାତ୍ର ୬ ମିନିଟରେ ଅଧ୍ୟକ୍ଷ ଗୃହକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁତଲବୀ ରଖିଥିଲେ ।

ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ସରକାର- ପେଗାସସ ସ୍ପାଇୱେୟାର ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏହା ସତ୍ତ୍ବେ ଯଦି ବିପକ୍ଷ ମୁଦ୍ଦାକୁ ସଂସଦରେ ଉଠାଇବା ପାଇଁ ଚାହୁଁଛନ୍ତି ତେବେ ଉଚ୍ଚିତ ମାଧ୍ୟମରେ ଉଠାନ୍ତୁ । ସରକାର ଚର୍ଚ୍ଚା କରିବା ପାଇଁ ପ୍ରସ୍ତୁତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details