ଓଡିଶା

odisha

ETV Bharat / bharat

Lok Sabha Poll: ପୁଣି ଆଗୁଆ ନିର୍ବାଚନ ଚର୍ଚ୍ଚା ବଢାଇଲେ ନୀତିଶ, କହିଲେ କୌଣସି ସମୟରେ ହୋଇପାରେ

ପୁଣି ଆଗୁଆ ସାଧାରଣ ନିର୍ବାଚନ ଚର୍ଚ୍ଚା ବଢାଇଲେ ନୀତିଶ କୁମାର । ଗତକାଲି ମମତା ମଧ୍ୟ କରିଥିଲେ ସମାନ ପୂର୍ବାନୁମାନ । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 29, 2023, 10:23 PM IST

Lok Sabha Poll: ପୁଣି ଚର୍ଚ୍ଚା ବଢାଇଲେ ନୀତିଶ, କୌଣସି ସମୟରେ ହୋଇପାରେ ସାଧାରଣ ନିର୍ବାଚନ
Lok Sabha Poll: ପୁଣି ଚର୍ଚ୍ଚା ବଢାଇଲେ ନୀତିଶ, କୌଣସି ସମୟରେ ହୋଇପାରେ ସାଧାରଣ ନିର୍ବାଚନ

ପାଟନା:ସାଧାରଣ ନିର୍ବାଚନ (2024) କୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ଏହା ପୂର୍ବରୁ ମଧ୍ୟ ସଂସଦ ଭଙ୍ଗ କରି ନିର୍ବାଚନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଏହି ଚର୍ଚ୍ଚାକୁ ବଳ ଦେଇଛି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତବ୍ୟ । 2024 ପୂର୍ବରୁ ବିଜେପି ବିରୋଧରେ ବିରୋଧୀ ଦଳଙ୍କୁ ଏକାଠି କରି ମେଣ୍ଟ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନୀତିଶ ପୁଣି ଆଗୁଆ ନିର୍ବାଚନ ହେବା ନେଇ ସଙ୍କେତ ଦୋହରାଇଛନ୍ତି । କହିଛନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଯେକୌଣସି ସମୟରେ ସାଧାରଣ ନିର୍ବାଚନ ହୋଇପାରେ ।

ବିହାରର ନାଳନ୍ଦା ଜିଲ୍ଲା ଗସ୍ତରେ ଥିବା ନୀତିଶ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି, ‘‘ସାଧାରଣ ନିର୍ବାଚନ ଯଥା ନିର୍ଦ୍ଧାରିତ ସମୟରେ ହେବ, ସେନେଇ କୌଣସି ନିର୍ଦ୍ଦିଷ୍ଟତା ନାହିଁ । ସେମାନେ (କେନ୍ଦ୍ର) ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟ ନିର୍ବାଚନ କରିପାରନ୍ତି । ଆମେ ଗତ କିଛି ମାସ ଧରି ଏହା କହି ଆସୁଛୁ ଯେ, ସେମାନେ ଆଗୁଆ ନିର୍ବାଚନ କରିପାରନ୍ତି ।’’ ଏହାପୂର୍ବରୁ ଗତକାଲି (ସୋମବାର) ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଦାବି କରିଥିଲେ । ଚଳିତ ବର୍ଷ ଡିସେମ୍ବରରେ ବିଜେପି ସଂସଦ ଭଙ୍ଗ କରି ଲୋକସଭା ନିର୍ବାଚନ କରିପାରେ ବୋଲି ଆକଳନ ଜୁଟାଇଥିଲେ ମମତା । ଆଜି ଦିଦିଙ୍କ ପରେ ନୀତିଶ ବାବୁ ମଧ୍ୟ ଏପରି ଚର୍ଚ୍ଚାକୁ ପୁଣି ଇନ୍ଧନ ଯୋଗାଇଛନ୍ତି ।

ତେବେ ନୀତିଶଙ୍କ ଏପରି ଆଗୁଆ ନିର୍ବାତନ ସଙ୍କେତ ଆଜି ପ୍ରଥମ ଥର ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ସେ ଏକାଧିକ ଥର ଏପରି ଇସାରା କରିସାରିଛନ୍ତି । ଚଳିତ ଜୁନ୍ ମାସରେ ଏକ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ସେ ବିହାର ଅଧିକାରୀମାନଙ୍କୁ ଶ୍ରୀଘ୍ର ସରକାରୀ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ । କୌଣସି ସମୟରେ ସାଧାରଣ ନିର୍ବାଚନ ହୋଇପାରେ । ତେଣୁ ନିର୍ବାଚନ ଆଚରଣ ବିଧି ଲାଗୁ ହେଲା ପରେ ଅନେକ କାମ ଅଟକି ଯିବ । ତେଣୁ ଆଗୁଆ ନିର୍ବାଚନ ହେବା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରାଯାଉ ବୋଲି କହିଥିଲେ ନୀତିଶ ।

ଏହା ମଧ୍ୟ ପଢନ୍ତୁ :-India Alliance: କି’ଏ ହେବ ଆବାହକ ? ପୁଣି ଇଚ୍ଛା ନଥିବା ମନ୍ତବ୍ୟ ଦୋହରାଇଲେ ନୀତିଶ

ବିରୋଧୀଙ୍କୁ ଏକାଠି କରିବାରେ ପ୍ରଥମ ପ୍ରୟାସ ଆରମ୍ଭ କରିଥିବା ନୀତିଶଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଜାରି ରହିଛି । 23 ଜୁନରେ ପାଟନାରେ ନୀତିଶଙ୍କ ବାସଭବନରେ ପ୍ରଥମ ବିରୋଧୀ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ପରବର୍ତ୍ତୀ ବେଙ୍ଗାଲୁରୁ ବୈଠକରେ ମେଣ୍ଟର ନାମ ‘ଇଣ୍ଡିଆ’ ରଖାଯାଇଥିଲା । ଏବେ ଏହି ମେଣ୍ଟରେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ନୀତିଶଙ୍କ ଲୁକ୍କାୟିତ ଅଭିଳାଷା ରହୁଥିବା ବିଜେପି ପ୍ରଥମରୁ ଅଭିଯୋଗ କରିଆସିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details