ଓଡିଶା

odisha

ETV Bharat / bharat

ବିରୋଧୀଙ୍କ ହଙ୍ଗାମା; ଅଚଳ ସଂସଦ, ଉଭୟ ସଂଦନ ଅପରାହ୍ନ ୨ଟା ଯାଏଁ ମୁଲତବୀ - ସଂସଦର ମୌସୁମୀ ଅଧିବେଶନ

ସଂସଦର ମୌସୁମୀ ଅଧିବେଶନରେ ଜାରି ରହିଛି ଅଚଳାବସ୍ଥା । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦରେ ଆଶା ଜନକ କାର୍ଯ୍ୟ ହୋଇପାରି ନାହିଁ ।

Lok Sabha and Rajyasabha
Lok Sabha and Rajyasabha

By

Published : Jul 22, 2021, 12:43 PM IST

ନୂଆଦିଲ୍ଲୀ:ସଂସଦର ମୌସୁମୀ ଅଧିବେଶନରେ ଜାରି ରହିଛି ଅଚଳାବସ୍ଥା । ଗତ ୧୯ ତାରିଖରୁ ଆରମ୍ଭ ହୋଇଥିବା ସଂସଦରେ ଆଶା ଜନକ କାର୍ଯ୍ୟ ହୋଇପାରି ନାହିଁ ।

ଆଜି ସଂସଦର ଉଭୟ ସଦନ ଆରମ୍ଭ ହେଉ ହେଉ ବିରୋଧୀ ପେଗାସସ ସ୍ପାଇୱେୟାର ଓ କୃଷି ଆଇନକୁ ନେଇ ବିରୋଧୀ ଆଲୋଚନା ଚାହିଁଥିଲେ । ସରକାର କିନ୍ତୁ ପ୍ରଶ୍ନକାଳ ପରେ ଯେକୌଣସି ଆଲୋଚନା ପାଇଁ ଚାହିଁଥିଲେ । ଫଳରେ ବିରୋଧୀ ହଙ୍ଗମା କରିଥିଲେ । ପ୍ରଶ୍ନକାଳ ସମ୍ଭବ ନହେବାରୁ ମାତ୍ର ୧୦ ମିନିଟ ମଧ୍ୟରେ ବାଚସ୍ପତି ଓମ ବିର୍ଲା ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଥିଲେ ।

ସେହିପରି ରାଜ୍ୟସଭାରେ ମଧ୍ୟ ଆଶା ଜନକ ସ୍ଥିତି ଆସିନଥିଲା । ସମାନ ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ମଧ୍ୟ ବିରୋଧୀ ସାଂସଦ ହଙ୍ଗାମା କରିଥିଲେ । ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁ ଗୃହକୁ ଚଳାଇବା ପାଇଁ ତମାମ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ବିରୋଧୀ ନିଜ ଜିଦରେ ଅଟଳ ରହିବାରୁ ଅଧ୍ୟକ୍ଷ ପ୍ରଥମେ ୧୨ ଟା ଓ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ରଖିଛନ୍ତି ।

ଅନ୍ୟପଟେ ମଧ୍ୟାହ୍ନ ୧୨ ଟାରେ ଲୋକସଭା ପୁଣି ଆରମ୍ଭ ହୋଇଥିଲା । ବାଚସ୍ପତିଙ୍କ ଅନୁପସ୍ଥିତିରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଗୃହରେ ଅଧ୍ୟକ୍ଷତା କରୁଥିଲେ । ଗୃହରେ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଗୋଟିଏ ବିଲ ଉପସ୍ଥାପନା କରିଥିଲେ ମଧ୍ୟ ଆଲୋଚନା ସମ୍ଭବ ହୋଇନଥିଲା । କୃଷି ଆଇନ ଉଚ୍ଛେଦ ଓ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ନାରାବାଜୀ କରିଥିଲେ । ଫଳରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ପୁଣିଥରେ କାମଚଳା ବାଚସ୍ପତି ମୁଲତବୀ ରଖିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details