ଓଡିଶା

odisha

ETV Bharat / bharat

Parliament monsoon session; ବିରୋଧୀଙ୍କ ହଟ୍ଟଗୋଳ ଜାରି; ଉଭୟ ସଦନ ମୁଲତବୀ - Rajyasabha adjourned till 12 noon

ଆଜି ମଧ୍ୟ ସଂସଦ ହୋଇପାରିଲା ନାହିଁ ସ୍ବାଭାବିକ । ରାଜ୍ୟସଭା ଆରମ୍ଭ ହେଉ ହେଉ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ପ୍ରଦର୍ଶନ । ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ବାରମ୍ବାର ଅନୁରୋଧ ସତ୍ବେ ବିରୋଧୀ ସାଂସଦଙ୍କ ନାରାବାଜୀ । ରାଜ୍ୟସଭାର ପ୍ରଶ୍ନକାଳ ପୁଣି ଅଚଳ ।

Parliament monsoon sessio
Parliament monsoon sessio

By

Published : Aug 10, 2021, 11:36 AM IST

ନୂଆଦିଲ୍ଲୀ: ଆଜି ମଧ୍ୟ ସଂସଦ ହୋଇପାରିଲା ନାହିଁ ସ୍ବାଭାବିକ । ରାଜ୍ୟସଭା ଆରମ୍ଭ ହେଉ ହେଉ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ପ୍ରଦର୍ଶନ । ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କୁ ବାରମ୍ବାର ଅନୁରୋଧ ସତ୍ବେ ବିରୋଧୀ ସାଂସଦଙ୍କ ନାରାବାଜୀ । ରାଜ୍ୟସଭାର ପ୍ରଶ୍ନକାଳ ପୁଣି ଅଚଳ । ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ କଲେ ଅଧ୍ୟକ୍ଷ ।

ସେପଟେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଲୋକସଭାର ପ୍ରଶ୍ନକାଳ କିଛି ସମୟ ଚାଲିଲା । ଇ-ବାଣିଜ୍ୟ ନୀତି ପ୍ରସଙ୍ଗରେ ପ୍ରଶ୍ନକାଳରେ ସାଂସଦ ମାନେ କଲେ ପ୍ରଶ୍ନ। ଉତ୍ତର ରଖିଲେ ମନ୍ତ୍ରୀ ପିୟୁଷ ଗୋଏଲ । ତେବେ ଲନକୁ ଆସି ବିରୋଧୀ ସାଂସଦଙ୍କ ନାରାବାଜୀ ପରେ ଲୋକସଭାକୁ ମୁଲତବୀ କଲେ ବାଚସ୍ପତି ଓମ ବିର୍ଲା । ମୁଲତବୀ ପୂର୍ବରୁ ବିଶୃଙ୍ଖଳା କରୁଥିବା ସାଂସଦଙ୍କ ଉପରେ ବର୍ଷିଲେ ବାଚସ୍ପତି । ଦେଶର ଜନତା ନିଜ ପ୍ରତିନିଧି ରୂପେ ସାଂସଦଙ୍କୁ ନିର୍ବାଚିତ କରି ସଂସଦ ପଠାଇଛନ୍ତି । ସେମାନଙ୍କ ସମସ୍ୟା ଆଲୋଚନା ନକରି ବିଶୃଙ୍ଖଳାରେ ମାତିଲେ ଦେଶର ଜନତା କ୍ଷମା କରିବେ ନାହିଁ । ସେହିପରି ଭାରତବର୍ଷର ଅନନ୍ତକାଳରୁ ଏହି ଦେଶକୁ ଅନେକ କିଛି ଦେଇଥିବା ଆଦିବାସୀ ମାନଙ୍କ ପ୍ରତି ବିଶୃଙ୍ଖଳିତ ସଭ୍ୟ ମାନେ ଗତକାଲି ଆଦିବାସୀ ଦିବସରେ ଯେଉଁଭଳି ଆଚରଣ କଲେ ତାହାର ନିନ୍ଦା ମଧ୍ୟ କଲେ ବାଚସ୍ପତି ଓମ ବିର୍ଲା । ପରେ ଲୋକସଭାକୁ ମଧ୍ୟ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ସଂସଦର ମୌସୁମୀ ଅଧିବେଶନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିବେଶନ ଶେଷ ହେବାକୁ ଆଉ ଅଳ୍ପ ଦିନ ଥିବାବେଳେ, କିନ୍ତୁ ସ୍ବାଭାବିକ ହୋଇପାରିଲା ନାହିଁ ସଦନ । ଜୁଲାଇ ୧୯ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ କେବଳ ହଟ୍ଟଗୋଳ ହଙ୍ଗାମାରେ ଶେଷ ହୋଇଛି ଉଭୟ ସଦନ । ଆଉ ବିରୋଧୀଙ୍କ ଏହି ରଣନୀତି ଦେଖି ସରକାର ମଧ୍ୟ ବେଶ ଚତୁରତା ସହ ଗୋଟି ପରେ ଗୋଟି ବିଲ ପାରିତ କରାଇ ନେବାରେ ଲାଗିଛନ୍ତି ।

ଅନ୍ୟପଟେ ଲୋକସଭାରେ ଆଜି ଆସିବ ଗୁରୁତ୍ବପୂର୍ଣ୍ଣ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ୨୦୨୧ ଏହି ବିଲ ଆଲୋଚନା ପାଇଁ କାର୍ଯ୍ୟସୂଚୀରେ ସ୍ଥାନ ପାଇଛି । ସେହିପରି ହୋମିଓପାଥୀ ବିଲ ମଧ୍ୟ ଆଗତ ହେବ । ଏହାବାଦ ଲୋକସଭାରେ ଭାରତୀୟ ସିଷ୍ଟମ ଅଫ ମେଡିସିନ ବିଲ ମଧ୍ୟ ଆଲୋଚନା ପାଇଁ ସରକାର ଆଗତ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details