ନୂଆଦିଲ୍ଲୀ:ସଂସଦ ଶୀତ ଅଧିବେଶନ (Winter session of Parliament) ଆରମ୍ଭରୁ ହଟ୍ଟଗୋଳ । ପ୍ରଥମ ଦିନର ଆରମ୍ଭରୁ ବିରୋଧୀଙ୍କ ହୋ ହାଲ୍ଲାରେ କମ୍ପିଲା ଲୋକସଭା । ଅପରାହ୍ନ ୧୨ଟା ଯାଏଁ ମୁଲତବୀ ଲୋକସଭା (Lok Sabha adjourned )। । ସେହିପରି ଅପରାହ୍ନ ୧୨ଟା ୧୯ ଯାଏଁ ରାଜ୍ୟସଭା ମଧ୍ୟ ମୁଲତବୀ ହୋଇଛି ।
କେନ୍ଦ୍ର ସରକାରଙ୍କ ବିରୋଧରେ ସଂସଦ ବାହାରେ ବିରୋଧୀ ଦଳ ପ୍ରଦର୍ଶନ କରିଛନ୍ତି । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଲୋକସଭାରେ କୃଷି ଆଇନ ଉପରେ ଆଲୋଚନା କରିବାକୁ ଦାବି କରି ହଙ୍ଗାମା କରିଛନ୍ତି । ଫଳରେ ବାଚସ୍ପତି ଓମ୍ ବିର୍ଲା ଉଭୟ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ସ୍ଥଗିତ ରଖିଛନ୍ତି । ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ବିଲ୍ ପାରିତ ହୋଇଥାନ୍ତା । ତେବେ ଏହା ପୂର୍ବରୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଛି । ଗାନ୍ଧି ମୂର୍ତ୍ତି ଆଗରେ ସମସ୍ତ ନେତା ମନ୍ତ୍ରୀ ଏକାଠି ହୋଇ ହୋ ହାଲ୍ଲା କରିଛନ୍ତି।