ଓଡିଶା

odisha

By

Published : Feb 7, 2022, 6:11 PM IST

ETV Bharat / bharat

Loksabha: ଲୋକସଭାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି, ଗୋଟିଏ ଘଣ୍ଟା ସଦନ ମୁଲତବୀ

ଲୋକସଭାରେ ଆଜି (ସୋମବାର) ଭାରତ ରତ୍ନ ଦିଂବଗତ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆଜି ନିମ୍ନ ସଦନ ଆରମ୍ଭ ହେବାମାତ୍ରେ ଲୋକସଭା ବାଚସ୍ପଚି ଓମ ବିର୍ଲା ଲତା ମଙ୍ଗେଶକରଙ୍କ ସ୍ମୃତି ଚାରଣ କରିଥିଲେ । ଅଧିକ ପଢନ୍ତୁ

Loksabha
Loksabha

ନୂଆଦିଲ୍ଲୀ:ଲୋକସଭାରେ ଆଜି (ସୋମବାର) ଭାରତରତ୍ନ ଦିଂବଗତ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆଜି ନିମ୍ନ ସଦନ ଆରମ୍ଭ ହେବାମାତ୍ରେ ଲୋକସଭା ବାଚସ୍ପଚି ଓମ ବିର୍ଲା ଲତା ମଙ୍ଗେସକରଙ୍କ ସ୍ମୃତି ଚାରଣ କରିଥିଲେ । ଏହାସହ ପୁରା ସଦନ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରିଥିଲା । ପରେ ଲୋକସଭାକୁ ଏକ ଘଣ୍ଟା ପାଇଁ ବାଚସ୍ପତି ମୁଲତବୀ କରିଥିଲେ ।

ଲୋକସଭା ବାଚସ୍ପଚି ଓମ ବିର୍ଲା ଲତା ମଙ୍ଗେଶକରଙ୍କ ସ୍ମୃତି ଚାରଣ କରି କହିଥିଲେ ସ୍ବର କୋକିଳା ଭାବେ ଜଣାଶୁଣା ମଙ୍ଗେଶକରଙ୍କ ଭାରତର ପ୍ରାୟ ସବୁ ଭାଷାରେ 25 ହଜାରୁ ଅଧିକ ଗୀତ ଗାଇଛନ୍ତି । ସଂଗୀତ ବ୍ୟତୀତ ଲତାଙ୍କ ରାଜ୍ୟସଭା କାର୍ଯ୍ୟକାଳ ଓ ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ବାଚସ୍ପତି ମନେ ପକାଇ ସ୍ମୃତିଚାରଣ କରିଥିଲେ ।

ସେହିପରି ଲୋକସଭା ବାଚସ୍ପତି କହିଥିଲେ ଲତାଙ୍କ ନିଧନ ସଂଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି । ଦେଶ ଲତାଙ୍କ ଅବଦାନକୁ ସବୁବେଳେ ମନେ ରଖିବ । ଦେଇଯାଇଥିବା ସୁମଧୂର ସଂଗୀତ ଅନେକ ପୀଢିକୁ ପ୍ରେରଣା ଦେବ । ପରେ ଦିଂବଗତ ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାରକୁ ଲୋକସଭା ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଥିଲା । ଏହାବାଦ ଲୋକସଭାର ପୂର୍ବ ସଦସ୍ୟ ଗଜାନନ ବାବର ଓ ସି ଜଙ୍ଗା ରେଡ୍ଡୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହାପୂର୍ବରୁ ଆଜି ରାଜ୍ୟସଭାରେ ମଧ୍ୟ ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

@IANS

ABOUT THE AUTHOR

...view details