ଓଡିଶା

odisha

ETV Bharat / bharat

କୃଷି ଆଇନ ନକଲ ଚିରି 'ଲୋହରି' ପାଳିଲେ ଆନ୍ଦୋଳନରତ ଚାଷୀ - ଆନ୍ଦୋଳନରତ ଚାଷୀ ଲୋହରୀ ପାଳିବା ଘଟଣା

ଦିଲ୍ଲୀ ସୀମାରେ କେନ୍ଦ୍ରୀୟ କୃଷି ଆଇନକୁ ନେଇ ପ୍ରତିବାଦ କରୁଥିବା କୃଷକମାନେ ବିରୋଧାତ୍ମକ ଢଙ୍ଗରେ ଲୋହରି ପର୍ବ ପାଳନ କରିଛନ୍ତି । ଅଧିକ ପଢନ୍ତୁ.....

କୃଷି ଆଇନ ନକଲ ଚିରି ଲୋହରୀ ପାଳିଲେ ଆନ୍ଦୋଳନରତ ଚାଷୀ
କୃଷି ଆଇନ ନକଲ ଚିରି ଲୋହରୀ ପାଳିଲେ ଆନ୍ଦୋଳନରତ ଚାଷୀ

By

Published : Jan 13, 2021, 8:41 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କେନ୍ଦ୍ରୀୟ କୃଷି ଆଇନକୁ ନେଇ ପ୍ରତିବାଦ କରୁଥିବା କୃଷକମାନେ ବିରୋଧାତ୍ମକ ଢଙ୍ଗରେ ଲୋହରି ପର୍ବ ପାଳନ କରିଛନ୍ତି । କୃଷକ ମାନେ କୃଷି ଆଇନର ନକଲ ଜାଳି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ଆନ୍ଦୋଳନବେଳେ ମୃତ୍ୟୁ ହୋଇଥିବା କୃଷକଙ୍କ ଉଦ୍ଦେଶ୍ୟରେ ସରକାର ବିରୋଧୀ ନାରା ଦେବା ସହ ମୃତ କୃଷକଙ୍କ ଉଦ୍ଦେଶ୍ୟରେ 2 ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କୃଷି ଆଇନ ନକଲ ଚିରି ଲୋହରୀ ପାଳିଲେ ଆନ୍ଦୋଳନରତ ଚାଷୀ

ଲୋହରି ଅବସରରେ ଆନ୍ଦୋଳନରତ ସମସ୍ତ କୃଷକ ଏକତ୍ରିତ ହୋଇ କୃଷକ ଆଇନର ନକଲ ଜାଳିବା ସହ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେ ଏହି କୃଷି ଆଇନକୁ ରଦ୍ଦ କରିବାକୁ ଚାହୁଁ ଏବଂ ଏଥିରେ କୌଣସି ପ୍ରକାରେ ପରିବର୍ତ୍ତନ ବା ସଂଶୋଧନ କରିବାକୁ ଆମେ ପ୍ରସ୍ତୁତ ନୁହେଁ । ଅନ୍ୟପଟେ କୃଷକମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଉପରେ ମଧ୍ୟ ଆମେ ବିଶ୍ବାସ କରୁନାହୁଁ, ସେହି କମିଟି କୌଣସି ନିଷ୍ପତ୍ତି ନେବାକୁ ସକ୍ଷମ ନୁହେଁ । ସେହିପରି ସୁପ୍ରିମ କୋର୍ଟ କେବଳ ଆଇନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ଏହାକୁ ବାତିଲ କରିବା ପାଇଁ କୌଣସି ରାୟ ଶୁଣାଇନାହାଁନ୍ତି ।

ଏହି ଆନ୍ଦୋଳନରେ ପ୍ରାୟ 70ରୁ ଊର୍ଦ୍ଧ୍ବ କୃଷକଙ୍କ ମୃତ୍ୟୁ ହୋଇଛି , ସରକାର ଏଥିପାଇଁ ଦାୟୀ ବୋଲି କହିଛନ୍ତି ଚାଷୀ । କୌଣସି ପକ୍ଷରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରସ୍ତାବିତ କମିଟିରେ ସାମିଲ ହେବେ ନାହିଁ ଓ ଆନ୍ଦୋଳନ କୌଣସି ପ୍ରକାରରେ ପ୍ରଶମିତ ହେବ ନାହିଁ ବୋଲି ମଧ୍ୟ ସେମାନେ ସ୍ପଷ୍ଟ କରିଛନ୍ତି । ଯେ ପର୍ଯ୍ୟନ୍ତ ଏହି କଳା ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର ନ କରନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ନେଇ କହିଛନ୍ତି କୃଷକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details