ଓଡିଶା

odisha

ଦିଲ୍ଲୀରେ 7 ଜୁନ ଯାଏ ବଢିଲା ଲକଡାଉନ

By

Published : May 29, 2021, 11:00 PM IST

7 ଜୁନ ଯାଏ ରାଜଧାନୀ ଦିଲ୍ଲୀରେ ବଢିଲା ଲକଡାଉନ ଅବଧି । ଅଧିକ ପଢନ୍ତୁ....

ଦିଲ୍ଲୀରେ 7 ଜୁନ ଯାଏ ବଢିଲା ଲକଡାଉନ
ଦିଲ୍ଲୀରେ 7 ଜୁନ ଯାଏ ବଢିଲା ଲକଡାଉନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଢିଲା ଲକଡାଉନ ଅବଧି । ଜୁନ 7 ତାରିଖ ସକାଳ 5 ଯାଏ ଲକଡାଉନ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଦେଶ ଜାରି କରିଦିଆଯାଇଛି । ଏହି ଲକଡାଉନ ସମୟରେ ଜରୁରୀ ସେବା, ଉତ୍ପାଦନ ସେବା ସମେତ ମାଲ ପରିବହନ ପୂର୍ବଭଳି ଜାରି ରହିବା ନେଇ ନିର୍ଦ୍ଦେଶରେ ଦର୍ଶାଯାଇଛି ।

ଦିଲ୍ଲୀରେ 7 ଜୁନ ଯାଏ ବଢିଲା ଲକଡାଉନ

ଦିଲ୍ଲୀରେ ସ୍ଥିତି ସାମାନ୍ୟ ସୁଧାର ଆସୁଥିବା ବେଳେ ଅନଲକ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ସରକାର ବିଚାରବିମର୍ଶ ଆରମ୍ଭ କରିଦେଇଥିଲେ। ତେବେ ଖୁବ ଶୀଘ୍ର ଅନଲକ ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ଆଶା କରାଯାଉଥିଲା । କିନ୍ତୁ ସ୍ଥିତିକୁ ଦେଖି ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି ଦିଲ୍ଲୀ ସରକାର ।

ବର୍ତ୍ତମାନ ସ୍ଥିତିକୁ ଦେଖି ବିଭିନ୍ନ ରାଜ୍ୟ ଜାରି କରିଥିବା ଲକଡାଉନକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଅନ୍ୟପଟେ ଦେଶରେ କୋରୋନା ଗ୍ରାଫ ପୂର୍ବାପେକ୍ଷା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ଏପରି କ୍ରମରେ ବର୍ତ୍ତମାନ ସମୟରେ ସତର୍କତା ଓ ସଚେତନତା ନିହାତି ଆବଶ୍ୟକ, ନଚେତ ପୁଣି ଥରେ କୋରୋନା ଗ୍ରାଫ ଉପରମୁହାଁ ହେବାର ଆଶଙ୍କା ରହିଛି । ତେଣୁ ବିଭିନ୍ନ ରାଜ୍ୟ ଲାଗୁ କରିଥିବା ଲକଡାଉନ ଅବଧୀକୁ ବୃଦ୍ଧି କରିବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details