ଚଣ୍ଡିଗଡ: ହରିୟାଣାରେ ଲକଡାଉନ ଦୁଇ ସପ୍ତାହ ପାଇଁ ବଢାଇ ଦିଆଯାଇଛି । ‘‘ମହାମାରୀ ଆଲର୍ଟ-ସୁରକ୍ଷିତ ହରିୟାଣା’’ର ଅବଧି ୨୦୨୧ ଅକ୍ଟୋବର ୧୮ ସକାଳ ୫ଟା ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ହରିୟାଣା ସରକାର ରବିବାର ଏହି ଆଦେଶ ଜାରି କରିଛନ୍ତି । ମୁଖ୍ୟ ସଚିବ ବିଜୟ ବର୍ଦ୍ଧନ ସମସ୍ତ ଜିଲ୍ଲା ଉପାୟୁକ୍ତ ଏବଂ ହରିୟାଣା ପୋଲିସ ମହାନିର୍ଦ୍ଦେଶକଙ୍କୁ ଆଦେଶ ଜାରି କରିଛନ୍ତି ।
ହରିୟାଣାରେ କୋରୋନା ସ୍ଥିତି ସୁଧୁରୁଛି, କିନ୍ତୁ ଶନିବାର କୋରୋନାର ନୂଆ ରୋଗୀ ଏବଂ ଆକ୍ଟିଭ ରୋଗୀ ସଂଖ୍ୟାରେ ବୃଦ୍ଧି ଘଟିଛି । ଆଜି(ରବିବାର) ହରିୟାଣାରେ ୧୪ ନୂଆ କେଶ ସାମ୍ନାକୁ ଆସିଛି । ଏଥିସହିତ ହରିୟାଣାରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି । ଶନିବାର ହରିୟାଣାର ୬ ଜିଲ୍ଲାରୁ ନୂଆ କେସ ଆସିଛି ।