ଓଡିଶା

odisha

By

Published : May 16, 2021, 12:43 PM IST

ETV Bharat / bharat

ଦିଲ୍ଲୀରେ ପୁଣି ସପ୍ତାହେ ବଢିଲା ଲକଡାଉନ୍

ପୁଣି ଗୋଟିଏ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବଢାଇଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ୍
ଲକଡାଉନ୍

ନୂଆଦିଲ୍ଲୀ: ପୁଣି ଗୋଟିଏ ସପ୍ତାହେ ପାଇଁ ଲକଡାଉନ୍ ଅବଧିକୁ ବଢାଇଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି । ଆଜି(ରବିବାର) ସକାଳ 5ଟା ଲକଡାଉନ୍ ଅବଧି ପୁରା ହେଉଥିଲା ମାତ୍ର ପୁଣି ଆଉ ସପ୍ତାହେ ଅର୍ଥାତ ମେ 24 ପର୍ଯ୍ୟନ୍ତ ଲକଡାଉନକୁ ବଢାଯାଇଛି ।

ରାଜଧାନୀରେ ପଜିଟିଭ୍ ହାର 10 ପ୍ରତିଶତ ରହିଥିବା ବେଳେ ଦିନକୁ 6 ହଜାରରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସୁଛି । ଲକଡାଉନର ସମସ୍ତ ନିୟମ ଆଉ ସପ୍ତାହେ ପାଳିବେ ଦିଲ୍ଲୀବାସୀ । ଟିକା ପାଇଁ କେନ୍ଦ୍ର ସରକାର ଓ ଦୁଇଟି ଟିକା କମ୍ପାନୀ ସହ ଆଲୋଚନା କରିଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details