ଓଡିଶା

odisha

ବିହାରରେ 25 ଯାଏଁ ବଢିଲା ଲକଡାଉନ ଅବଧି

By

Published : May 13, 2021, 4:36 PM IST

କୋରୋନା ସଂକ୍ରମଣକୁ ଦୃଷ୍ଟିର ରଖି ବିହାରରେ ଲକଡାଉନ ଅବଧିକୁ ଆଉ 10 ଦିନ ବୃଦ୍ଧି କରିଛନ୍ତି ବିହାର ସରକାର । ଅଧିକ ପଢନ୍ତୁ...

25 ଯାଏ ବଢିଲା ବିହାରରେ ଲକଡାଉନ
25 ଯାଏ ବଢିଲା ବିହାରରେ ଲକଡାଉନ

ପାଟନା:କୋରୋନା ସଂକ୍ରମଣକୁ ଦୃଷ୍ଟିର ରଖି ବିହାରରେ ଲକ ଡାଉନ ଅବଧିକୁ ବୃଦ୍ଧି କରାଯାଇଛି । 15 ମେ‘ରେ ଶେଷ ହେବାକୁ ଥିବା ଲକଡାଉନକୁ ଆଗାମୀ 10 ଦିନ ପର୍ଯ୍ୟନ୍ତ ଅର୍ଥାତ ମେ 25ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ବିହାର ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ସହ ହୋଇଥିବା ଆଲୋଚନା ପରେ ଏପରି ନିର୍ଣ୍ଣୟ ନେଇଛି ରାଜ୍ୟ ସରକାର । ପୂର୍ବରୁ ଜାରି ହୋଇଥିବା ଲକଡାଉନ କୋରନା ସଂକ୍ରମଣ ଚେନ ଭାଙ୍ଗିବାରେ ପ୍ରଭାବଶାଳୀ ହେଉଛି । ତେଣୁ ରାଜ୍ୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଆଉ କିଛି ଦିନ ଲକଡାଉନକୁ ବୃଦ୍ଧି କରାଯିବାର ଆବଶ୍ୟକାତା ଥିଲା । ଲକଡାଉନକୁ ଆଉ 10 ଦିନ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସ୍ପଷ୍ଟ କରିଛନ୍ତି ।

ବିହାରରେ ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ପର୍ଯ୍ୟାୟରେ ମେ 5 ରୁ 15 ଯାଏଁ ଲକଡାଉନ ଘୋଷଣା କରାଯାଇଥିଲା । ପରେ ଏହାକୁ ଆଜି( ଗୁରୁବାର) 25 ତାରିଖକୁ ବୃଦ୍ଧି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details