ଓଡିଶା

odisha

ETV Bharat / bharat

କର୍ଣ୍ଣାଟକରେ ଆସନ୍ତାକାଲିଠୁ 14 ଦିନିଆ ଲକଡାଉନ - Lockdown

କର୍ଣ୍ଣାଟକରେ ମଧ୍ୟ କାୟା ବିସ୍ତାର କରୁଛି କୋରୋନା । ଏହାରି ମଧ୍ୟରେ ସଂକ୍ରମଣ ରୋକିବାକୁ କର୍ଣ୍ଣାଟକରେ ଲକଡାଉନ ଘୋଷଣା କରିଛନ୍ତି ୟେଦିୟୁରପ୍ପା ସରକାର । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ 14 ଦିନ ଲକଡାଉନ ଘୋଷଣା
କର୍ଣ୍ଣାଟକରେ 14 ଦିନ ଲକଡାଉନ ଘୋଷଣା

By

Published : Apr 26, 2021, 3:12 PM IST

ବେଙ୍ଗାଲୁରୁ: ଦେଶରେ ଉଗ୍ର ରୂପ ନେଉଛି ମହାମାରୀ । ବଢି ଚାଲିଛି ସଂକ୍ରମଣ ସଂଖ୍ୟା । କର୍ଣ୍ଣାଟକରେ ମଧ୍ୟ କାୟା ବିସ୍ତାର କରୁଛି କୋରୋନା । ଏହାରି ମଧ୍ୟରେ ସଂକ୍ରମଣ ରୋକିବାକୁ କର୍ଣ୍ଣାଟକରେ ଲକଡାଉନ ଘୋଷଣା କରିଛନ୍ତି ୟେଦ୍ୟୁରପ୍ପା ସରକାର ।

ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ସୋମବାର ଘୋଷଣା କରିଛନ୍ତି, କର୍ଣ୍ଣାଟକରେ ଦିଲ୍ଲୀ ଓ ମହାରାଷ୍ଟ୍ରଠୁ ମଧ୍ୟ ଦ୍ରୁତ ଗତିରେ ସଂକ୍ରମଣ ବଢିଚାଲିଛି । ଏଭଳି ସ୍ଥିତିରେ 14 ଦିନ ପର୍ଯ୍ୟନ୍ତ ଲକଡାଉନ କଡା କଟକଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଲକଡାଉନ ସମୟରେ କେବଳ ଜରୁରୀ ସେବାକୁ ଛାଡି ଆଉ ସବୁକିଛି ବନ୍ଦ ରହିବ । ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ 4 ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ ।

ମୁଖ୍ୟମନ୍ତ୍ରୀଙ୍କ କହିବାନୁଯାୟୀ, ରାଜ୍ୟରେ ମେ ପହିଲାରୁ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ସରକାରୀ ହସ୍ପିଟାଲରେ ମାଗଣା ଭ୍ୟାକ୍ସିନ ଲଗାଯିବ । 45 ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରଥମରୁ ହିଁ ମାଗଣା ଭ୍ୟାକ୍ସିନ ଦିଆଯାଉଛି ।

ABOUT THE AUTHOR

...view details