ଓଡିଶା

odisha

ETV Bharat / bharat

ପାଣି ସୁଅରେ ଓଲଟିଲା ସ୍କୁଲ ବସ୍, ଉଦ୍ଧାର କଲେ ସ୍ଥାନୀୟ ଲୋକେ - ଗୁଜୁରାଟରେ ଓଲଟିଲା ସ୍କୁଲ ବସ

ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ଓଲଟିଲା ସ୍କୁଲ ବସ୍ । ରଶି ଓ କ୍ରେନରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ପାଣି ସୁଅରେ ଓଲଟିଲା ସ୍କୁଲ ବସ୍, ଉଦ୍ଧାର କଲେ ସ୍ଥାନୀୟ ଲୋକେ
ପାଣି ସୁଅରେ ଓଲଟିଲା ସ୍କୁଲ ବସ୍, ଉଦ୍ଧାର କଲେ ସ୍ଥାନୀୟ ଲୋକେ

By

Published : Jul 7, 2022, 10:04 PM IST

ଗାନ୍ଧୀନଗର: ସାରା ଦେଶରେ ଏବେ ମୌସୁମୀ ବାୟୁ ସକ୍ରିୟ ରହିଛି । ଏହା ପ୍ରଭାବରେ ପ୍ରାୟ ସବୁ ରାଜ୍ୟରେ ବର୍ଷା ହେଉଛି । ମଙ୍ଗଳବାର ଠାରୁ ଗୁଜୁରାଟରେ ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ରହିଛି ଏବଂ ଟ୍ରାଫିକ ସମସ୍ୟା ଉପୁଜୁଛି । ଏହାରି ଭିତରେ ଆଜି(ଗୁରୁବାର) ଗୁଜୁରାଟ ଜାମନଗରରେ ଏକ ସ୍କୁଲ ବସ୍ ପାଣି ସୁଅରେ ଓଲଟି ପଡିଛି । ଏଥିରେ ଅନେକ ଲୋକ ଥିଲେ । ସ୍ଥାନୀୟ ଲୋକଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇ ଅନେକ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି । ସ୍ଥାନୀୟ ଲୋକେ ରଶି ଏବଂ କ୍ରେନ ସହୟତାରେ ପାଣି ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

ABOUT THE AUTHOR

...view details