ବିଭିନ୍ନ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ନିଜର ଦୃଢ ସ୍ଥିତି ଜାହିର କରିଥିବା ବିଜେପି ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ କବଜା କରିସାରିଛି 3ଟି ଆସନ । ବାଙ୍ଗରମଉରୁ ଶ୍ରୀମନ୍ତ କଟିୟାର, ନୌଗାଁରୁ ସଙ୍ଗୀତା ଚୌହାନ, ଓ ଟୁଣ୍ଡଲାରୁ ପ୍ରେମପାଲ ସିଂହ ବିଜୟ ହାସଲ କିଛନ୍ତି । ଏହା ସହ ବିଜେପି 3 ସିଟରେ ଆଗରେ ଅଛି ।
ୟୁପି ଉପନିର୍ବାଚନ: 3 ସିଚ୍ରେ ବିଜେପିର କବଜା
17:30 November 10
ୟୁପି ଉପନିର୍ବାଚନ: 3 ସିଚ୍ରେ ବିଜେପିର କବଜା
15:49 November 10
ତେଲେଙ୍ଗାନା ବିଧାନସଭା ଉପନିର୍ବାଚନ: ଦୁବକ ଆସନରେ ବିଜେପି ପ୍ରାର୍ଥୀ ରଘୁ ନନ୍ଦନ ରାୱଙ୍କ ବିଜୟ
ତେଲେଙ୍ଗାନାର ଦୁବକ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରଘୁନନ୍ଦନ ରାୱଙ୍କର ବିଜୟ ହୋଇଛି । 1470 ଭୋଟରେ ବିଜୟ ହାସଲ କରିଛନ୍ତି ରଘୁନନ୍ଦନ ।
15:21 November 10
ଗୁଜରାଟ ବିଧାନସଭା ନିର୍ବାଚନ: ସମସ୍ତ 8 ଆସନରେ ବିଜେପିର ବିଜୟ
ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ବୃହତ ବିଜୟ । ସମସ୍ତ 8 ଆସନରେ ବିଜୟ ହାସଲ କରିଛି ଦଳ ।
15:03 November 10
ମଧ୍ୟପ୍ରଦେଶ ଉପନିର୍ବାଚନ: 21 ସିଟ୍ରେ ବିଜେପି ଆଗୁଆ
ମଧ୍ୟପ୍ରଦେଶର 28 ଆସନରେ ହୋଇଥିବା ଉପନିର୍ବାଚନରେ ଜାରି ରହିଛି ମତଗଣନା । ବର୍ତ୍ତମାନସୁଦ୍ଧା ବିଜେପି 21ଟି ଆସନରେ ଆଗରେ ରହିଛି । ଅନ୍ୟପକ୍ଷେ କଂଗ୍ରେସ 6ଟି ସିଟରେ ଆଗୁଆ ରହିଥିବା ବେଳେ ବିଏସପି 1 ଆସନରେ ଥିବା ଜଣାପଡିଛି । ଏହାସହ ଶିବରାଜ ସିଂ ଚୌହାନଙ୍କ ସରକାର ଉପରୁ ହଟିଛି ସଙ୍କଟର କଳାବାଦଲ ।
13:46 November 10
ମଧ୍ୟପ୍ରଦେଶର 21 ଆସନରେ ଆଗରେ ବିଜେପି । ୟୁପି ଓ ଗୁଜୁରାଟରେ ମଧ୍ୟ ବିଜେପି ଆଗରେ ।
13:32 November 10
ମଣିପୁରର 5ଟି ବିଧାନସଭା ଉପନିର୍ବାଚନ ମଧ୍ୟରୁ ଦୁଇଟିରେ ବିଜେପି ବିଜୟୀ । ଅନ୍ୟ ଦୁଇଟିରେ ମଧ୍ୟ ଆଗୁଆ ରହିଛି ଦଳ । ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ଆଗୁଆ ।
13:06 November 10
ଗୁଜୁରାଟର 8ଟି ଆସନରେ ବିଜୟର ନିକଟତର ବିଜେପି
ଗୁଜୁରାଟର 8ଟି ଆସନରେ ବିଜୟର ନିକଟତର ବିଜେପି । ଏହା ଆସନ୍ତା ବିଧାନସଭା ନିର୍ବାଚନର ଟ୍ରେଲର କହିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।
13:03 November 10
ମଣିପୁର ଉପନିର୍ବାଚନରେ ଦୁଇଟି ସିଟ୍ରେ ବିଜେପି ଓ ଗୋଟିଏରେ କଂଗ୍ରେସ ଆଗୁଆ । ସେପଟେ ଉତ୍ତରପ୍ରଦେଶରେ ପାଞ୍ଚୋଟି ସିଟ୍ରେ ବିଜେପି, ଗୋଟିଏରେ ସମାଜବାଦୀ ପାର୍ଟି ଓ ଗୋଟିଏରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି ।
12:43 November 10
ମଧ୍ୟପ୍ରଦେଶର ଗ୍ବାଲିୟରରେ ଆଗରେ ବିଜେପି
ଗ୍ବାଲିୟର ବିଧାନସଭାରେ ଆଗରେ ବିଜେପି । ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ସିଂ ତୋମାରଙ୍କୁ 11791 ଖଣ୍ଡ ଭୋଟ । ସେପଟେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି 8558 ଭୋଟ ।
12:20 November 10
କର୍ଣ୍ଣାଟକର ଦୁଇ ବିଧାନସଭା ଉପନିର୍ବାଚନରେ ଆଗରେ ବିଜେପି
କର୍ଣ୍ଣାଟକର ଦୁଇ ବିଧାନସଭା ଉପନିର୍ବାଚନରେ ଆଗରେ ବିଜେପି । ଦୁଇଟି ଆସନରେ ତୃତୀୟ ସ୍ଥାନରେ ଜେଡିଏସ ।
12:14 November 10
ଗୁଜୁରାଟ ଉପନିର୍ବାଚନ: ସବୁ ଆସନରେ ଆଗରେ ବିଜେପି
ଗୁଜୁରାଟରେ ହେଉଥିବା ସମସ୍ତ 8ଟି ବିଧାନସଭା ଉପନିର୍ବାଚନରେ ବିଜେପି ଆଗରେ ରହିଛି । ସେପଟେ ନାଗାଲାଣ୍ଡରେ ହେଉଥିବା ଦୁଇଟି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଆଗରେ ରହିଛନ୍ତି ।
11:30 November 10
19 ଆସନରେ ବିଜେପି ଆଗରେ
ମଧ୍ୟପ୍ରଦେଶ ଉପନିର୍ବାଚନ ଗଣତି । ଆରମ୍ଭରୁ 19 ଆସନରେ ଆଗରେ ବିଜେପି । 8 ଆସନରେ କଂଗ୍ରେସ ଆଗରେ । ଗୋଟିଏ ଆସନରେ ବିଏସପି ଆଗେଇଥିବା ସୂଚନା ।
10:45 November 10
ଛତିଶଗଡର ମରୱାହି ଆସନରେ କଂଗ୍ରେସ ଆଗୁଆ ।
10:39 November 10
ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପି ଆଗରେ
ମଧ୍ୟପ୍ରଦେଶ ଉପନିର୍ବାଚନରେ ବିଜେପି ଆଗରେ ରହିଛି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, 28 ଆସନ ମଧ୍ୟରୁ ବିଜେପି 13ଟିରେ ଆଗରେ ଥିବାବେଳେ କଂଗ୍ରେସ 7ଟିରେ ଆଗରେ ରହିଛି ସେହିପରି ବିଏସପି ଗୋଟିଏ ଆସନରେ ଆଗେଇଛି ।
10:31 November 10
ମଣିପୁରର ଗୋଟିଏ ଆସନରେ ବିଜେପିର ବାଜିମାତ୍
ମଣିପୁରରେ ହେଉଥିବା 5ଟି ବିଧାନସଭା ଆସନ ମଧ୍ୟରୁ ଗୋଟିଏରେ ବିଜେପିର ବାଜିମାତ୍ । ଅନ୍ୟ ଏକ ଆସନରେ ବିଜେପି ଆଗରେ ଥିବା ସୂଚନା ।
10:17 November 10
ଗୁଜୁରାଟରେ ବିଜେପି ଆଗରେ
ଗୁଜୁରାଟର 8ଟି ଆସନ ମଧ୍ୟରୁ 7ଟିରେ ବିଜେପି ଆଗୁଆ । କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି ।
09:31 November 10
କର୍ଣ୍ଣାଟକର ଆର ଆର ନଗର ଆସନରେ ବିଜେପି ଆଗରେ ରହିଛି । ସେପଟେ ଗୁଜୁରାଟର 8 ଆସନ ମଧ୍ୟରୁ 2ଟିରେ ବିଜେପି ଆଗରେ ରହିଛି । ଉତ୍ତରପ୍ରଦେଶର 7 ଆସନ ମଧ୍ୟରୁ 4ଟିରେ ବିଜେପି ଓ 3ଟିରେ ସମାଜବାଦୀ ପାର୍ଟି ଆଗରେ ରହିଛି ।
09:19 November 10
ମଧ୍ୟପ୍ରଦେଶରେ ବିଜେପି ଆଗରେ
ଜାରି ରହିଛି ଉପନିନିର୍ବାଚନର ଗଣତି । ମଧ୍ୟପ୍ରଦେଶରେ ଆଗରେ ବିଜେପି । ସେପଟେ ନାଗାଲାଣ୍ଡରେ ଜାରି ରହିଛି ଗଣନା ।
08:48 November 10
11 ରାଜ୍ୟର 58 ବିଧାନସଭାରେ ଉପନିର୍ବାଚନ, ଗଣତି ଆରମ୍ଭ
ନୂଆଦିଲ୍ଲୀ: ଦେଶର 11 ରାଜ୍ୟର 58ଟି ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି । 58ଟି ଆସନ ମଧ୍ୟରେ ମଧ୍ୟପ୍ରଦେଶର 28ଟି ଆସନ, ଓଡିଶାର2ଟି, କର୍ଣ୍ଣାଟକର 2ଟି, ୟୁପିର 7ଟି, ଗୁଜୁରାଟର 8ଟି, ତେଲେଙ୍ଗାନାର ଗୋଟିଏ, ମଣିପୁରର 4ଟି, ଝାରଖଣ୍ଡର 2ଟି, ନାଗାଲାଣ୍ଡର ଦୁଇଟି, ଛତିଶଗଡର ଗୋଟିଏ ଓ ହରିୟାଣାର ଗୋଟିଏ ଆସନରେ ଉପନିର୍ବାଚନ ପାଇଁ ହୋଇଥିବା ନିର୍ବାଚନର ଗଣତି ଆରମ୍ଭ ହୋଇଛି ।
08:01 November 10
କିଏ ଜଗିବ ଭୋପାଳ ଗାଦି, ଫୈସଲା ଆଜି
ଭୋପାଳ: ମଧ୍ୟପ୍ରଦେଶର 28 ଆସନରେ ହେଉଥିବା ଉପନିର୍ବାଚନ ପାଇଁ ଆଜି ଭୋଟ ଗଣତି ହେବ । ଚଳିତ ଥର କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଣତିରେ ଅନେକ ପରିବର୍ତ୍ତନ କରାଯାଇଛି । ତେବେ ଆଜିର ଏହି ଗଣତିରେ ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ସରକାର ରହିବ ନା ପୁଣି ଥରେ କମଲାନାଥଙ୍କ ସରକାର ଗଢିବ ସେନେଇ ଫୈସଲା ହେବ । 28 ଆସନ ପାଇଁ ମୋଟ 355 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ପ୍ରତି ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।
କିଏ କେତେ ଆସନରେ ଲଢୁଛି
ବିଜେପି-28
କଂଗ୍ରେସ-28
ବିଏସପି-28
ସମାଜବାଦି ପାର୍ଟି-13
ଅନ୍ୟମାନେ ସ୍ବାଧୀନ ଭାବେ ମୈଦାନରେ ଅଛନ୍ତି ।
କିପରି ସରକାର ଗଠନ କରିବ କଂଗ୍ରେସ
ବର୍ତ୍ତମାନ କଂଗ୍ରେସ ପାଖରେ 87 ଜଣ ବିଧାୟକ ଥିବାବେଳେ ସରକାର ଗଢିବାକୁ 28 ବିଧାୟକ ଆବଶ୍ୟକ । ଯଦି ଏପରି ନହୁଏ ତେବେ କଂଗ୍ରେସକୁ ଅତିକମରେ 21 ଜଣ ଦଳୀୟ ବିଧାୟକ ଓ 4 ସ୍ବାଧୀନ, 2 ବିଏସପି ଓ ଜଣେ ଏସପି ବିଧାୟକଙ୍କ ଆବଶ୍ୟକତା ରହିଛି । ଯେଉଁଥିରେ ଦଳ ବହୁମତ ହାସଲ କରି ପୁଣି ଥରେ ସରକାର ଗଢିପାରିବ ।
ବିଜେପି ପାଇଁ କେତେ ବିଧାୟକ ଆବଶ୍ୟକ
ବର୍ତ୍ତମାନ ବିଜେପି ପାଖରେ 107 ଜଣ ବିଧାୟକ ଥିବାବେଳେ ଉପନିର୍ବାଚନରେ ଅତିକମରେ 8ଟି ଆସନରେ ଦଳକୁ ବିଜୟ ଲାଭ କରିବାକୁ ପଡିବ । ତେବେ ଯାଇ ସରକାର ରହିବ । ନହେଲେ ସରକାର ଭଙ୍ଗିଯିବାର ସମ୍ଭାବନା ରହିଛି ।
ସୂଚନାଥାଉକି, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ମୋଟ 22 ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପରେ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା । ପରେ ମୋଟ 28ଟି ଆସନରେ ଉପନିର୍ବାଚନ ହୋଇଥିଲା ।