ବେଙ୍ଗାଲୁରୁ:ବିଧାୟକଙ୍କ ନିକଟରୁ ଅଫୁଟା ଗୁଳି ଜବତ । ହାତୀ ଗୋଲ୍ଡ ମାଇନ କର୍ପୋରେସନର ସଭାପତି ତଥା ଲିଙ୍ଗାସୁରର ପୂର୍ବତନ ବିଧାୟକ ଭାଜାଲ ବାଗଙ୍କ ନିକଟରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଷୋହଳଟି ଅଫୁଟା ଗୁଳି ଜବତ ହୋଇଛି ।
ଲିଙ୍ଗାସୁରର ପୂର୍ବତନ ବିଧାୟକଙ୍କ ନିକଟରୁ ଅଫୁଟା ଗୁଳି ଜବତ - ପୂର୍ବତନ ବିଧାୟଙ୍କ ନିକଟରୁ ଅଫୁଟା ଗୁଳି ଜବତ
ଲିଙ୍ଗାସୁରର ପୂର୍ବତନ ବିଧାୟକ ଭାଜାଲ ବାଗଙ୍କ ନିକଟରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଷୋହଳଟି ଅଫୁଟା ଗୁଳି ଜବତ ହୋଇଛି । ଅଧିକ ପଢନ୍ତୁ...

ବିଧାୟଙ୍କ ନିକଟରୁ ଅଫୁଟା ଗୁଳି ଜବତ
ସୂଚନାଅନୁସାରେ, ଲିଙ୍ଗାସୁରର ପୂର୍ବତନ ବିଧାୟକ ଭାଜାଲ ବାଗ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଯାଉଥିଲେ । କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାଞ୍ଚ ସମୟରେ ତାଙ୍କଠାରୁ ଷୋହଳଟି ଅଫୁଟା ଗୁଳି ଜବତ ହୋଇଛି । ଘଟଣା ବିଷୟରେ ତାଙ୍କୁ ପଚରାଉଚରା କରାଯିବା ପରେ ବିଧାୟକଙ୍କ ପାଖରେ ବନ୍ଧୁକ ଲାଇସେନ୍ସ ଥିବାବେଳେ ସେ ଭୁଲରେ ନିଜ ବ୍ୟାଗରେ ବୁଲେଟ୍ ନେଇ ଆସିଥିବା କହିଛନ୍ତି । ତେବେ ଘଟଣାରେ ବିମାନବନ୍ଦର ଅଧିକାରୀମାନେ ବିଧାୟକ ଭାଜାଲ ବାଗଙ୍କୁ ଚେତାବନୀ ଦେଇ ଛାଡି ଦେଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ