ଓଡିଶା

odisha

ETV Bharat / bharat

Lion Viral Video: ରାଗିଗଲା ଷଣ୍ଢ, ଦୌଡିଲେ 5 ସିଂହ - ସୋସିଆଲ ମିଡିଆରେ ଭାଇରାଲ

ଜୁନାଗଡର ଗୀର ଅଞ୍ଚଳରୁ ସିଂହଙ୍କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାିରାଲ ହେବାରେ ଲାଗିଛି। ଯେଉଁଥିରେ ଷଣ୍ଢକୁ ଦେଖି 5 ସିଂହ ଦୌଡି ପଳାୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Lion Viral Video
Lion Viral Video

By

Published : Feb 22, 2023, 11:00 PM IST

Lion Viral Video

ଗାନ୍ଧୀନଗର: ଗୁଜୁରାଟଜୁନାଗଡର ଗୀର ଅଞ୍ଚଳରୁ ସିଂହର ଅନେକ ଭିଡିଓ ଭାଇରାଲ ହୋଇଛି। କିନ୍ତୁ ବର୍ତ୍ତମାନ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ କିଛି ଅଲଗା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ କେତେ ପୁରୁଣା ତାହା କୁହାଯାଇ ନ ପାରେ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଭିଡିଓରେ 5 ସିଂହ ନିଜ ଜୀବନ ବଞ୍ଚାଇ ପଳାଉଛନ୍ତି ।

କିନ୍ତୁ ଏହି ଭିଡିଓରେ ସିଂହମାନେ ପଳାଉଥିବା ନଜର ଆସିଛି। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଷଣ୍ଢର ନିର୍ଭୟତା ଦେଖିବାକୁ ମିଳିଛି । ଏତେ ସିଂହ ଥିବା ସତ୍ତ୍ବେ ଷଣ୍ଢଟି ରାଗିକି ଶିଙ୍ଘ ହଲାଇବା ପରେ ସିଂହ ପଳାୟନ କରିଛନ୍ତି । ତେବେ ଅନ୍ଧାରରେ ଉତ୍ତୋଳନ ହୋଇଥିବା ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଷଣ୍ଢଟି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ପାଞ୍ଚଟି ସିଂହକୁ ନିର୍ଭୟରେ ସାମ୍ନା କରିଛି। ଯାହାକୁ ଦେଖି ବାଘମାନେ ଦୌଡୁଛନ୍ତି। ପ୍ରାୟତଃ ଦେଖାଯାଏ ଯେ ସିଂହମାନେ ରାତିରେ ଶିକାରକୁ ଖୋଜନ୍ତି । ତା’ପରେ ଆକ୍ରମଣ କରି ଶିକାର କରନ୍ତି। କିନ୍ତୁ ପାଞ୍ଚଟି ସିଂହ ଏକ ଶକ୍ତିଶାଳୀ ଷଣ୍ଢକୁ ଶିକାର କରିପାରିନାହାନ୍ତି ।

କିଛି ଦିନ ପୂର୍ବେ ବୃହଦ ଗୀର ଅଞ୍ଚଳର ରାମପାରା ଗ୍ରାମରେ ଏକ ଗୁହାଳରେ ବନ୍ଧା ହୋଇଥିବା ଷଣ୍ଢକୁ ପାଞ୍ଚ ବାଘ ଆକ୍ରମଣ କରିଥିଲେ। କିନ୍ତୁ ସେହି ସମୟରେ ବି ଷଣ୍ଢର ନିର୍ଭୟତା ଯୋଗଁ ବାଘମାନେ ଷଣ୍ଢକୁ ଛାଡି ଦୌଡି ପଳାଇଥିଲେ । ତା’ପରେ କୋବୟା ଗାଁର ଭିଡିଓ ଷଣ୍ଢର ନିର୍ଭୀକତା ଏବଂ ସାହସକୁ ବର୍ଣ୍ଣନା କରିଛି। ଶିକାରୀମାନଙ୍କ ଦ୍ୱାରା ଘେରି ରହିଥିବା ଷଣ୍ଢଟି ସାହସର ସହିତ ବାଘକୁ ସାମ୍ନା କରିଥିଲା । ଶେଷରେ, ବାଘ ଶିକାରକୁ ଛାଡି ପଳାଇବାକୁ ବାଧ୍ୟ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ , ବନ ବିଭାଗ ଏହି ଭିଡିଓ ବିଷୟରେ କୌଣସି ବିବୃତ୍ତି ଦେଇନାହିଁ। ପ୍ରାୟତଃ ଜଙ୍ଗଲ ବିଭାଗ ବାଘକୁ ନେଇ ହୋଇଥିବା ଭିଡିଓ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । କିନ୍ତୁ ଏଥିରେ ବାଘମାନେ ଶିକାରକୁ ଛାଡି ପଳାୟନ କରୁଥିବା ଦେଖିବାକୁ ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details