ଓଡିଶା

odisha

ମଠରୁ ଲିଙ୍ଗାୟତ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିଲା ସୁଇସାଇଡ ନୋଟ୍‌

By

Published : Oct 25, 2022, 12:40 PM IST

କର୍ଣ୍ଣାଟକରେ ମଠ ଭିତରୁ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମହନ୍ତ ଆତ୍ମହତ୍ୟା କରିଥିବା ସନ୍ଦେହ । ଅଧିକ ପଢନ୍ତୁ

ମଠରୁ ଲିଙ୍ଗାୟତ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ପଢିଛି ସୁଇସାଇଟ୍ ନୋଟ
ମଠରୁ ଲିଙ୍ଗାୟତ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ପଢିଛି ସୁଇସାଇଟ୍ ନୋଟ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମଠ ଭିତରୁ ଲିଙ୍ଗାୟତ ମହନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରାମନଗର ଜିଲ୍ଲା ଅନ୍ତର୍ଗତ କଞ୍ଚୁଗଲ ବନ୍ଦେ ମଠରୁ ବାସବଲିଙ୍ଗ ସ୍ବାମୀ(Basavalinga Swami) ନାମକ ମହନ୍ତଙ୍କ ମୃତଦେହ ମିଳିଛି । ମହନ୍ତ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଥିବାବେଳେ, ମୃତଦେହ ନିକଟରୁ ଦୁଇ ପୃଷ୍ଠାର ସୁଇସାଇଡ ନୋଟ୍‌ ଜବତ ହୋଇଛି । ଏଥିରେ କିଛି ଲୋକ ତାଙ୍କୁ ନିଜର ପଦରୁ ହଟାଇବାକୁ ଉତ୍ପୀଡନ ଦେଉଥିବା ବାସବଲିଙ୍ଗ ସ୍ବାମୀ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ କୁଦୁର ଥାନାର ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ଦୀର୍ଘ ୨୫ ବର୍ଷ ଧରି ବସବାଲିଙ୍ଗ ସ୍ବାମୀ କଞ୍ଚୁଗଲ ବନ୍ଦେ ମଠ( Kanchugal Bande Mutt)ର ମହନ୍ତ ରହିଥିଲେ । ସୋମବାର ସକାଳେ ମଠ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । କିଛି ବ୍ୟକ୍ତି ତାଙ୍କୁ କୌଣସି କାରଣକୁ ନେଇ ବ୍ଲାକମେଲ କରୁଥିବାରୁ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ: ମଦ ବୋତଲରୁ ମିଳିଲା ମୃତ ବେଙ୍ଗ, ତାତିଲେ ଗ୍ରାହକ

ମଠରେ ଶିକ୍ଷାଦାନ କରୁଥିବା ଜଣେ ବ୍ୟକ୍ତି କହିଛନ୍ତି, ''ରବିବାର ସନ୍ଧ୍ୟା ୫ଟାରେ ସେ ବସବାଲିଙ୍ଗ ସ୍ବାମୀଙ୍କୁ ଭେଟିଥିଲେ । ତା' ପରଦିନ ସକାଳେ ସନ୍ଥ ନିଜ ରୁମ୍ କବାଟ ଖୋଲୁନଥିବା ମଠର ଜଣେ କର୍ମଚାରୀ ଫୋନ କରି ଜଣାଇଥିଲେ । ସେମାନେ ରୁମ୍ ଝରକା ଖୋଲିବାରୁ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ କବାଟ ଭଙ୍ଗାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା ।"

ABOUT THE AUTHOR

...view details