ଲକ୍ଷ୍ନୌ:ସୀମା ହୈଦର ଓ ସଚିନ ମିଣାଙ୍କ ସୀମା ପାର ପ୍ରେମ ଘଟଣା ପରେ ଏଭଳି ଅନେକ ଘଟଣା ଏବେ ସାମ୍ନାକୁ ଆସୁଛି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଶାହାଜାହାନପୁରରେ ଦେଖିବାକୁ ମିଳିଛି । ପ୍ରେମ ପାଇଁ ସୁଦୂର ସାଉଥ କୋରିଆରୁ ଭାରତର ପହଞ୍ଚିଛନ୍ତି କୋରିଆନ ଯୁବତୀ କିମ ବହ (Kim Boh) । ଏହାସହିତ ସମ୍ପୂର୍ଣ୍ଣ ପଞ୍ଜାବୀ ପରମ୍ପରା ଅନୁସାରେ ସେ ନିଜ ପ୍ରେମିକ ସୁଖଜିତଙ୍କୁ ବିବାହ କରିଥିବା ବେଳେ ଏବେ ନିଜ ଶାଶୁ ଘରେ ଅଛନ୍ତି । ତେବେ କିମଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ବେଶ ପସନ୍ଦ ବୋଲି ସେ କହିଛନ୍ତି ।
4 ବର୍ଷ ପୂର୍ବରୁ ସାଉଥ କୋରିଆ ଯାଇଥିଲେ ପ୍ରେମିକ:- ଶାହାଜାହାନପୁର ଉଦନା ଗାଁର ଯୁବକ ସୁଖଜିତ ସିଂହ ରୋଜଗାର ପାଇଁ ସାଉଥ କୋରିଆ ଗସ୍ତ କରିଥିଲେ । ସେଠାରେ ସେ ପ୍ରାୟ 4 ବର୍ଷ ରହିଥିଲେ । ସାଉଥ କୋରିଆର ବୁସାନ ସହରର କଫି ସପ୍ରେ କାମ କରୁଥିଲେ ସୁଖଜିତ । ସେହି ଦୋକାନରେ 23 ବର୍ଷୀୟ କିମ ମଧ୍ୟ କାମ କରୁଥିଲେ । କିମ ବିଲ୍ କାଉଣ୍ଟରରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ସେଠାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସାଉଥ କୋରିଆରେ ରହୁଥିବା ସମୟରେ ସେଠାକାରା ଭାଷା ମଧ୍ୟ ଶିଖିଥିଲେ ସୁଖଜିତ । ସେଠାରୁ 6 ମାସ ପରେ ଭାରତ ଫେରି ଆସିଥିଲେ ସୁଖଜିତ । ଏହାପରେ ମଧ୍ୟ ସେ କିମ୍ଙ୍କ ସହିତ ଯୋଗାଯୋଗରେ ରହିଥିଲେ । କିମ୍ ସୁଖଜିତଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଏହାପରେ ସେ ଗତ 2 ମାସ ପୂର୍ବରୁ ଭାରତ ଆସିଥିଲେ ।