ଓଡିଶା

odisha

ETV Bharat / bharat

ରାଜସ୍ଥାନରେ ବଜ୍ରପାତ, ଚାଲିଗଲା 7 ଜୀବନ

ବଜ୍ରପାତ ଯୋଗୁଁ ରାଜସ୍ଥାନରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ରାଜସ୍ଥାନରେ ବଜ୍ରପାତ, ଚାଲିଗଲା 7 ଜୀବନ
ରାଜସ୍ଥାନରେ ବଜ୍ରପାତ, ଚାଲିଗଲା 7 ଜୀବନ

By

Published : Sep 12, 2022, 8:20 AM IST

ଜୟପୁର:ରାଜସ୍ଥାନରେ ତୁହାକୁ ତୁହା ବର୍ଷା ପରେ ବଜ୍ରପାତ । 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଥିବା ସୂଚନା ମିଳିଛି(Lightning kills 7 in Rajasthan )। ସମସ୍ତ ମୃତକ ଝାଲଓ୍ବାର ଓ ଉଦୟପୁର ଜିଲ୍ଲାର ହୋଇଥିବା ଜଣାପଡିଛି । ଏନେଇ ଉଦୟପୁର ଜିଲ୍ଲାର ଟିଡି SHO ଗୋପାଳ କୃଷ୍ଣ କହିଛନ୍ତି ଯେ, ‘‘ରବିବାର ସନ୍ଧ୍ୟାରେ ଜବଲା ଗ୍ରାମରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବା ଯୋଗୁଁ 4 ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 3 ଜଣ ପୁରୁଷ ରହିଥିବା ବେଳେ ଜଣେ ନାବାଳିକା ରହିଛନ୍ତି । ସେହିପରି ଆହତ ଚାରିଜଣ ଉଦୟପୁରର ହୋଇଥିବା’’ ସୂଚନା ଦେଇଛନ୍ତି ଗୋପାଳ କୃଷ୍ଣ । ସେହିପରି ବଜ୍ରପାତ ଯୋଗୁଁ ୬ଟି ଛେଳି ଓ ଦୁଇଟି ବଳଦଙ୍କ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ, ଆପାଚି ଆଟାକ ହେଲିକପ୍ଟରରେ ପରଖିଲେ ସ୍ଥିତି

ତେବେ ବଜ୍ରପାତରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଚିକିତ୍ସା ଜାରି ରହିଛି । ଏନେଇ ଖବର ପାଇ ଉଦୟପୁର ଜିଲ୍ଲାପାଳ ତାରାଚନ୍ଦନ ମୀନା ଓ ବିଧାୟକ ଫୁଲ ସିଂହ ମୀନା ଆହତଙ୍କୁ ଭେଟି ସ୍ବାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ହସ୍ପିଚାଲ ତରଫରୁ କୁହାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ''ରାଜ୍ୟରେ 2 ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଫଳରେ ଅନେକ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଫଳରେ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବଜ୍ରପାତ ଯୋଗୁଁ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ରବିବାର ଦିନ ସକାଳ ଠାରୁ ଅପରାହ୍ନ 5.30 ପର୍ଯ୍ୟନ୍ତ ବର୍ଷା ଲାଗିରହିଥିବା ବେଳେ ଶ୍ରୀଗଙ୍ଗନଗରରେ 34 ମିଲିମିଟର, ବାରମେରରେ 30.6 ମିଲିମିଟର, ଦୁଗରପୁରରେ 13 ମିଲିମିଟର, ବୁଣ୍ଡିରେ 11 ମିଲିମିଟର, ଅଜମେରରେ 6.6 ମିଲିମିଟର, ଫାଲୋଡିରେ 5.6 ମିଲିମିଟର ଏବଂ ବିକାନେରରେ 3 ମିଲିମିଟର ଓ ଚିତ୍ତରଗଡରେ 3 ମିମି ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ''।

ABOUT THE AUTHOR

...view details