ଓଡିଶା

odisha

ETV Bharat / bharat

ଉତ୍ତରପ୍ରଦେଶରେ ବଜ୍ରପାତ, ଚାଲିଗଲା ୧୪ ଜୀବନ - ବଜ୍ରପାତରେ ୧୪ ମୃତ

ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ବଜ୍ରପାତରେ ୧୪ ମୃତ
ଉତ୍ତରପ୍ରଦେଶରେ ବଜ୍ରପାତରେ ୧୪ ମୃତ

By

Published : Jul 21, 2022, 6:43 AM IST

Updated : Jul 21, 2022, 6:59 AM IST

ଲକ୍ଷ୍ନୌ: ବୁଧବାର ଉତ୍ତରପ୍ରଦେଶରେ ବଜ୍ରପାତ ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି (Lightning Kills 14 In UP) । ଏଥିରେ ୧୬ ଜଣ ଆହତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏହି ମୃତାହତ ଘଟିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏହି ଅଘଟଣରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଏହାସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତୁରନ୍ତ ଏହି କ୍ଷତିପୂରଣ ରାଶି ମୃତକଙ୍କ ପରିବାରକୁ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ସାରା ଦେଶରେ ମୌସୁମୀ ଜନିତ ବର୍ଷା ଲାଗି ରହିଛି । ବୁଧବାର ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ବଣ୍ଡା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଫତେହପୁରରେ ଦୁଇ ଜଣ, ବଳରାମପୁର, ଚାନ୍ଦୌଲି, ବୁଲନ୍ଦସହର, ରାଏ ବରେଲୀ, ଆମେଠି, କୌଶମ୍ବି, ସୁଲତାନପୁର ଏବଂ ଚିତ୍ରକୋଟରେ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Last Updated : Jul 21, 2022, 6:59 AM IST

ABOUT THE AUTHOR

...view details