ଲକ୍ଷ୍ନୌ: କୋର୍ଟରେ ଅପରାଧୀଙ୍କୁ ବିଭିନ୍ନ ଦଣ୍ଡ ବିଧାନ ବିଷୟରେ ଆପଣ ଅନେକ ଘଟଣା ଦେଖିଥିବା କିମ୍ବା ଶୁଣିଥିବେ । କେବେ କୌଣସି ପଶୁ ପ୍ରତି ଦଣ୍ଡ ବିଧାନ ହୋଇଥିବା କଥା ଶୁଣିଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଦେଖିବାକୁ ମିଳିଛି । କାନପୁର ଚିଡିଆଖାନାରେ କାଳିଆ ନାମକ ମାଙ୍କଡ଼ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜା କାଟୁଛି ।
ଏବେ ମନକୁ ପ୍ରଶ୍ନ ଆସିବା ସ୍ବାଭାବିକ, କେଉଁ ପରିସ୍ଥିତିରେ ଓ କାହିଁକି ମାଙ୍କଡ଼କୁ ଏଭଳି କାରାଦଣ୍ଡରେ ଦଣ୍ଡିତ କରଯାଇଛି । କିଏ ତାକୁ ଏହି ଦଣ୍ଡ ଦେଇଛି । ୨୦୧୭ରେ ଜୌନପୁରରୁ ମାଙ୍କଡ଼କୁ ଗିରଫ କରି କାନପୁର ଚିଡ଼ିଆଖାନକୁ ଅଣା ଯାଇଥିଲା । କାଳିଆ ନାମକ ଏହି ମାଙ୍କଡ଼ ପୂର୍ବରୁ ମିର୍ଜାପୁରରେ ମହିଳା ଓ ଛୁଆଙ୍କୁ ଆକ୍ରମଣ କରି ଲହୁଲୁହାଣ କରୁଥିଲା । ଏହିଭଳି ଭାବରେ ପ୍ରାୟ ୨୦୦ ଜଣଙ୍କୁ ଆକ୍ରମଣ କରିଥିଲା ମାଙ୍କଡ଼ । ଏହାପରେ ଜୌନପୁରରେ ମଧ୍ୟ ସମାନ ଘଟଣା ଘଟାଇ ଚାଲିଥିଲା ।