ଓଡିଶା

odisha

ETV Bharat / bharat

'ସୁଫି ସନ୍ଥଙ୍କ ମାଟିରେ ଆତଙ୍କୀ ସମର୍ଥକଙ୍କୁ ଦୟା ନାହିଁ' - ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା

ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ପାଇଁ ଏଠାରେ କୌଣସି ଦୟା ରହିବ ନାହିଁ । କାଶ୍ମୀରରେ ଶାନ୍ତି ଏବଂ ବିକାଶ ସୁନିଶ୍ଚିତ କରିବାକୁ ପ୍ରଶାସନ ପ୍ରତିବଦ୍ଧ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଅଧିକ ପଢନ୍ତୁ...

'ସୁଫି ସନ୍ଥଙ୍କ ମାଟିରେ ଆତଙ୍କୀ ସମର୍ଥକଙ୍କୁ ଦୟା ନାହିଁ'
'ସୁଫି ସନ୍ଥଙ୍କ ମାଟିରେ ଆତଙ୍କୀ ସମର୍ଥକଙ୍କୁ ଦୟା ନାହିଁ'

By

Published : Aug 9, 2021, 7:03 AM IST

ଶ୍ରୀନଗର: କାଶ୍ମୀର ହେଉଛି ସୁଫି ସନ୍ଥଙ୍କ ମାଟି । ଶାନ୍ତି ପ୍ରତିଷ୍ଠା ତଥା ହିଂସାକୁ ପରାସ୍ତ କରିବା ପାଇଁ ରକ୍ତ ଓ ଝାଳ ଏକ କରିଦେଇଥିବା ସୁଫି ସନ୍ଥ ସୟଦ ସିମନାନିଙ୍କ ମାଟିରେ କୌଣସି ପ୍ରକାରର ହିଂସାର ସ୍ଥାନ ନାହିଁ । ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ପାଇଁ ଏଠାରେ କୌଣସି ଦୟା ରହିବ ନାହିଁ । କାଶ୍ମୀରରେ ଶାନ୍ତି ଏବଂ ବିକାଶ ସୁନିଶ୍ଚିତ କରିବାକୁ ପ୍ରଶାସନ ପ୍ରତିବଦ୍ଧ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ।

ସିହ୍ନା କହିଛନ୍ତି, ସୁଫି ସନ୍ଥଙ୍କ ଦୃଷ୍ଟିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିବଦ୍ଧ । ଯେଉଁମାନେ କାଶ୍ମୀରର ସଂସ୍କୃତି ଏବଂ ବିକାଶ ପଥରେ ବାଧା ସାଜିବେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧର୍ମଗୁରୁମାନଙ୍କୁ ସେମାନଙ୍କର ଭୂମିକା ଗ୍ରହଣ କରିବା ସହ ଏବଂ ବାପା ମା'ମାନେ ପିଲାମାନଙ୍କ ଉପରେ ନଜର ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି ଏଲଜି ।

ଲେଫ୍ଟନାଣ୍ଟ ଗଭର୍ଣ୍ଣର କହିଛନ୍ତି ଯେ ଭୁଲ ରାସ୍ତା ବାଛିଥିବା ଯୁବକମାନେ ହିଂସାଠାରୁ ଦୂରେଇ ରହିବା ଉଚିତ । ଯେଉଁମାନେ ହିଂସା ଆଡକୁ ଠେଲି ଯୁବକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ କାଶ୍ମୀରର ଶହ ଶହ ଲୋକଙ୍କ ଭାବନା ସହିତ ଖେଳୁଛନ୍ତି।

ରିକ୍ସା ଚାଳକଙ୍କ ପୁଅ ତନବୀର ଖାନଙ୍କୁ ପ୍ରଶଂସା କରିଛନ୍ତି ସିହ୍ନା । ଭାରତୀୟ ଅର୍ଥନୈତିକ ସେବା (IES) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତନବୀର କେନ୍ଦ୍ରଶାସିତ ଅଞ୍ଚଳର ଗୌରବ ବଢାଇଛନ୍ତି । ତନବୀର କେବଳ କୁଲଗାମର ଜନସାଧାରଣଙ୍କୁ ନୁହେଁ ବରଂ ସମଗ୍ର ଜମ୍ମୁ କାଶ୍ମୀରକୁ ଗର୍ବିତ କରିଛନ୍ତି । ଯୁବକମାନେ ତାଙ୍କଠାରୁ ପ୍ରେରଣା ଗ୍ରହଣ କରିବା ଉଚିତ୍‌ ଏବଂ ତାଙ୍କ ପଥ ଅନୁସରଣ କରିବା ଦରକାର ବୋଲି କହିଛନ୍ତି ସିହ୍ନା ।

ABOUT THE AUTHOR

...view details