ଓଡିଶା

odisha

ETV Bharat / bharat

4 Civilians killed in Rajouri: ଘଟଣାସ୍ଥଳ ପରିଦର୍ଶନ କଲେ ଉପରାଜ୍ୟପାଳ - କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା

ରଜୌରୀ ଆତଙ୍କବାଦୀ ଆକ୍ରମଣ ସ୍ଥାନ ପରିଦର୍ଶନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା (4 civilians killed in Rajouri)। ସୁରକ୍ଷା ସ୍ଥିତି କଲେ ସମୀକ୍ଷା । କହିଲେ ମୃତକଙ୍କ ପରିବାରକୁ ମିଳିବ ଅନୁକମ୍ପା ରାଶି ସହ ସରକାରୀ ଚାକିରି । ଗତକାଲି ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିଲେ 4 ସାଧାରଣ ନାଗରିକ । ଅଧିକ ପଢନ୍ତୁ

4 civilians killed in Rajouri: ଘଟଣାସ୍ଥଳ ପରିଦର୍ଶନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା
4 civilians killed in Rajouri: ଘଟଣାସ୍ଥଳ ପରିଦର୍ଶନ କଲେ ଉପରାଜ୍ୟପାଳ ମନୋଜ ସିହ୍ନା

By

Published : Jan 2, 2023, 10:39 PM IST

ହାଇଦ୍ରାବାଦ:ଜମ୍ମୁ କାଶ୍ମୀରର ରଜୌରୀରେ ଆତଙ୍କବାଦୀଙ୍କ ଦ୍ବାରା ଆଇଡି ବିସ୍ଫୋରଣ ୪ଜଣ ପ୍ରାଣ ହରାଇବା ଘଟଣାରେ କାଶ୍ମୀରରେ ଉତ୍ତେଜନା ଦେଖାଦେଇଛି (4 civilians killed in Rajouri)। ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା । ସେଠାରେ ସେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କିତ ଏକ ବୈଠକ ମଧ୍ୟ କରିଛନ୍ତି ।

ସ୍ଥିତି ସମୀକ୍ଷା ପରେ ସିହ୍ନା କହିଛନ୍ତି, ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ସହ ସରକାର ଚାକିରି ଯୋଗାଇଦେବେ । ଏପରି କରିଥିବା ଆତଙ୍କୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ସୁରକ୍ଷା ବଳ ପଦକ୍ଷେପ ଗ୍ରହଣ କରିଛି ବୋଲି ସେ ସ୍ଥାନୀୟ ଲୋକଙ୍କୁ ଆଶ୍ବାସନା ଦେଇଥିଲେ । ଘଟଣାରେ 4 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଆଜି ଘାଟିରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଗତକାଲି ରଜୌରୀ ଜିଲ୍ଲାର ଦାଙ୍ଗୀର ଗ୍ରାମରେ ଏକାଧିକ ଘର ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୪ଜଣଙ୍କର ମୃତ୍ୟୁ ହେବା ସହ ୬ଜଣ ଗୁରୁତର ହୋଇଥିଲେ । ରଜୌରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହାକୁ ନେଇ ଉତ୍ତେଜନା ଦେଖାଯିବା ସହ ମୃତଦେହ ରଖି ବିକ୍ଷୋଭ କରିଥିଲେ ମୃତକଙ୍କ ପରିବାର । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବା ସହ ସରକାରୀ ଚାକିରି ଦିଆଯିବା ନେଇ କହିଥିଲେ ଉପରାଜ୍ୟପାଳ ମନୋଜ ସିହ୍ନା । ଆଜି ସିହ୍ନା ଘଟଣାସ୍ଥଳ ପରିଦର୍ଶନ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details