ନୂଆଦିଲ୍ଲୀ: ଆଜି ସଂସଦ ଶୀତ ଅଧିବେଶନର (Winter session of Parliament) ତୃତୀୟ ଦିନ । ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ (12 RS MP) ଆଜି ଗାନ୍ଧୀମୂର୍ତ୍ତି ତଳେ ତାଙ୍କ ନିଲମ୍ବନକୁ ବିରୋଧ କରି ଧାରଣା ଦେଇଛନ୍ତି । ସେମାନଙ୍କୁ ଧାରଣାରେ ବସିବାକୁ ଦିଆଯାଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ (Union Minister Pralhad Joshi) ।
ଗାନ୍ଧୀ ମୂର୍ତ୍ତି ତଳେ ନିଲମ୍ବିତ ୧୨ ରାଜ୍ୟସଭା ସାଂସଦ (12 RS MP) ଧାରଣାରେ ବସିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ (Union Minister Pralhad Joshi) କହିଛନ୍ତି ଯଦି ରାଜ୍ୟସଭାର 12 ଜଣ ନିଲମ୍ବିତ ସଦସ୍ୟ ଗୃହକୁ ଆସିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଅନୁତାପ କରିବାକୁ ପଡିବ । ନହେଲେ ସେମାନଙ୍କୁ ଧାରଣାରେ ବସିବାକୁ ଦିଅନ୍ତୁ । ସେ ଆହୁରି କହିଛନ୍ତି ‘ମୁଁ ପ୍ରାର୍ଥନା କରୁଛି ମହାତ୍ମା ଗାନ୍ଧୀ ସେମାନଙ୍କୁ ବୁଦ୍ଧି ଦିଅନ୍ତୁ’ ।