ଓଡିଶା

odisha

ETV Bharat / bharat

ପ୍ରବାସୀ ଶ୍ରମିକଙ୍କ ହତ୍ୟାର ବଦଲା ନେଲା ସେନା, ଏନକାଉଣ୍ଟରରେ 3 ଲଶ୍କର ଆତଙ୍କୀ ନିପାତ - LeT terrorists neutralised

କୁଲଗାମରେ ସେନା ଓ ପୋଲିସର ମିଳିତ ଅପରେସନରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ଗୁଲଜାର ରେଶୀ ସମେତ 2 ଆତଙ୍କୀ ନିପାତ । ମୃତ 2 ଆତଙ୍କବାଦୀ ବିହାରର 2 ଶ୍ରମିକଙ୍କୁ ହତ୍ୟାରେ ସମ୍ପୃକ୍ତି ଥିଲେ ବୋଲି ସୂଚନା ଦେଇଛନ୍ତି କାଶ୍ମୀର ଜୋନ ପୋଲିସ ମହାନିରୀକ୍ଷକ ବିଜୟ କୁମାର । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କ ହତ୍ୟାର ବଦଲା ନେଲା ସେନା, ଏନକାଉଣ୍ଟରେ 3 ଲଶ୍କର ଆତଙ୍କୀ ନିପାତ
ପ୍ରବାସୀ ଶ୍ରମିକଙ୍କ ହତ୍ୟାର ବଦଲା ନେଲା ସେନା, ଏନକାଉଣ୍ଟରେ 3 ଲଶ୍କର ଆତଙ୍କୀ ନିପାତ

By

Published : Oct 20, 2021, 8:46 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । କୁଲଗାମରେ ସେନା ଓ ପୋଲିସର ମିଳିତ ଅପରେସନରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ଗୁଲଜାର ରେଶୀ ସମେତ 2 ଆତଙ୍କୀ ନିପାତ । ମୃତ 2 ଆତଙ୍କବାଦୀ ବିହାରର 2 ଶ୍ରମିକଙ୍କୁ ହତ୍ୟାରେ ସମ୍ପୃକ୍ତି ଥିଲେ ବୋଲି ସୂଚନା ଦେଇଛନ୍ତି କାଶ୍ମୀର ଜୋନ ପୋଲିସ ମହାନିରୀକ୍ଷକ ବିଜୟ କୁମାର । 2 ଶ୍ରମିକଙ୍କୁ ଅକ୍ଟୋବର 17ରେ ହତ୍ୟା କରିଥିଲେ ଆତଙ୍କବାଦୀ ।

ଏହାପୂର୍ବରୁ ଏନକାଉଣ୍ଟରରେ ଲଶ୍କରର 2 ଆତଙ୍କୀଙ୍କ ମୁଣ୍ଡ ଗଡାଇଥିଲେ ସୁରକ୍ଷାବଳ । ଏହି ସମୟରେ ସେନାର ଜଣେ ଯବାନ ଶହୀଦ ହୋଇଛନ୍ତି । ଗୁଳିବିନିମୟରେ ଅନ୍ୟ 2 ଯବାନ ଆହତ ଥିବା କୁହାଯାଉଛି । ଆତଙ୍କୀଙ୍କ ଉପସ୍ଥିତି ସମ୍ପର୍କରେ ଇନପୁଟ ସୂଚନା ମିଳିବା ପରେ ଶୋପିଆନ ଜିଲ୍ଲାରେ କର୍ଡନ କରି ସର୍ଚ୍ଚ ଅପରେସନ ଚଳାଇଥିଲା ସେନା ।

ସେପଟେ ଆତଙ୍କୀଙ୍କୁ ଆଉ ନାହିଁ ନିସ୍ତାର। ଖୋଜି ଖୋଜି ମୁଣ୍ଡ ଗଡାଇବ ଭାରତୀୟ ସେନା । ଘାଟିରେ ଆତଙ୍କବାଦ ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢିବା ପାଇଁ ପ୍ରସ୍ତୁତ ହେଉଛି ରଣନୀତି । ଏହାରି ମଧ୍ୟରେ ଲୋକଙ୍କୁ ଘରେ ରହିବାକୁ ଦିଆଯାଇଛି ନିର୍ଦ୍ଦେଶ । ଜମ୍ମୁ କାଶ୍ମୀରରେ ଟାର୍ଗେଟ କିଲିଙ୍ଗ୍‌ର ଯାଞ୍ଚ କରିବ NIA । ଏନେଇ ଖୁବ ଶୀଘ୍ର ଗୃହମନ୍ତ୍ରଣାଳୟ ଜାରି କରିପାରେ ଆଦେଶ ।

ଘାଟିରେ ସେନାର ଆଣ୍ଟି ଟେରର ଅପରେସନ ଯୋଗୁଁ ବିଚଳିତ ଆତଙ୍କୀ ଜଣେ ପରେ ଜଣେ ଅଣକାଶ୍ମୀରବାସୀଙ୍କୁ କରୁଛନ୍ତି ଟାର୍ଗେଟ । ରବିବାର ମଧ୍ୟ ଅଣ-ସ୍ଥାନୀୟଙ୍କୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ବିହାରର ୨ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ABOUT THE AUTHOR

...view details