ହାଇଦ୍ରାବାଦ:ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ । ଜଣେ ଉତ୍ୟେକ୍ତ ଗ୍ରାହକର ଛୁରାମାଡରେ ଜଣେ ହୋଟେଲ ମାଲିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା କେରଳର କୋଜିକୋଡେ ଜିଲ୍ଲାର ମଲପୁରମରେ ଦେଖିବାକୁ ମିଳିଛି (Malappuram man stabs hotelier)। ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ରେସ୍ତୋରାଁ ମାଲିକ ମୁନାଫ । ତାଙ୍କର ସ୍ଥାନୀୟ ମଲପୁରମ ବଜାରରେ ଏକ ରେସ୍ତୋରାଁ ରହିଛି । ଆଜି(ବୁଧବାର) ଭୋର ପ୍ରାୟ 5ଟାରେ ସୁବିର ନାମକ ଜଣେ ବ୍ୟକ୍ତି ତାଙ୍କ ରେସ୍ତୋରାଁକୁ ଚାଁ ପିଇବାକୁ ଆସିଥିଲା । ଚା’ରେ ଚିନର ମାତ୍ରା କମ ଥିବାରୁ ମୁନାଫଙ୍କୁ ଗାଳି ଦେଇଥିଲା ସମ୍ପୃକ୍ତ ବ୍ୟକ୍ତି । ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଏଥିରେ ଉତ୍ତେଜିତ ହୋଇ ସୁବୀର ମୁନାଫକୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା (attack for Less sugar in tea)। ଏଥିରେ ମୁନାଫ ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ଖସି ପଳାଇବା ପାଇଁ ଉଦ୍ୟମ ମଧ୍ୟ କରିଥିଲା ଅଭିଯୁକ୍ତ ସୁବିର ।