ଓଡିଶା

odisha

ETV Bharat / bharat

ତିରୁମାଳାରୁ କଲରାପତରିଆ କାବୁ, 3 ଦିନ ତଳେ ଆକ୍ରମଣରେ ନେଇଥିଲା ଶିଶୁକନ୍ୟାର ଜୀବନ - ବାଘକୁ କାବୁ କଲା ବନବିଭାଗ

ତିରୁମାଳାରେ ଜୋରଦାର ଅପରେସନ କରି ଏକ ଚିତାବାଘକୁ କାବୁ କରିଛି ବନବିଭାଗ। ଗତ 11 ତାରିଖରେ ଏକ 6 ବର୍ଷର ଝିଅର ବାଘ ଆକ୍ରମଣରେ ଜୀବନ ଯାଇଥିଲା। ଅଧିକ ପଢନ୍ତୁ

ତିରୁମାଳାରୁ ଚିତାକୁ କାବୁ କଲା ବନବିଭାଗ
ତିରୁମାଳାରୁ ଚିତାକୁ କାବୁ କଲା ବନବିଭାଗ

By

Published : Aug 14, 2023, 3:12 PM IST

ତିରୁମାଳାରୁ ଚିତାକୁ କାବୁ କଲା ବନବିଭାଗ

ବିଶାଖାପାଟଣା: ତିରୁମାଳାରେ ଆତଙ୍କ ରଚିଥିବା କଲରାପତରିଆକୁ କାବୁ କଲା ବନ ବିଭାଗ । ଗତ 11 ତାରିଖରେ ଏକ 6 ବର୍ଷର ଝିଅର ବାଘ ଆକ୍ରମଣରେ ଜୀବନ ଯାଇଥିଲା । ଅଞ୍ଚଳରେ ଦୀର୍ଘ ଦିନ ଧରି ଚିତାବାଘ ଆତଙ୍କ ରଚିଥିବାବେଳେ ବାଘକୁ କାବୁ କରିବାକୁ ବନବିଭାଗ ଅପରେସନ ଚଳାଇଥିଲା । ଲକ୍ଷ୍ମୀନରସିଂହମ ସ୍ବାମୀ ମନ୍ଦିର ନିକଟରେ ଏକ ଜନ୍ତା ରଖି ବାଘକୁ କାବୁ କରିବାକୁ ପ୍ରସ୍ତୁତି ହୋଇଥିଲା । ଶୁକ୍ରବାର ମନ୍ଦିର ନିକଟରେ ଏକ 6 ବର୍ଷର ଝିଅକୁ ବାଘ ଆକ୍ରମଣ କରିଥିବା ଜଣାପଡିଥିଲା । ତେଣୁ ସେହି ସ୍ଥାନରେ ବାଘର ଗତିବିଧି ରହୁଥିବା ସନ୍ଦେହ କରି କଡ଼ା ନଜର ରଖିଥିଲା ବନବିଭାଗ ।

ତେବେ ବର୍ତ୍ତମାନ ବାଘକୁ ଶ୍ରୀ ଭେଙ୍କଟେଶ୍ବର ପଶୁ ଉଦ୍ୟାନକୁ ନିଆଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହାସହ ପୂର୍ବାହ୍ନ 2ଟା ପରଠାରୁ 15ବର୍ଷରୁ କମ୍ ବୟସର ପିଲାଙ୍କୁ ମନ୍ଦିରର ପାହଚ ପର୍ଯ୍ୟନ୍ତ ଯିବା ମଧ୍ଯ ନିଷେଧ କରାଯାଇଛି । ଏହା ବ୍ୟତୀତ ଶିଶୁଙ୍କ ପାଇଁ ହାତରେ ଟ୍ୟାଗ୍ ବନ୍ଧାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ସମ୍ପୃକ୍ତ ଶିଶୁର ପିତାମାତାଙ୍କ ନାମ, ସହର, ଫୋନ୍ ନମ୍ବର, ସିକ୍ୟୁରିଟି ଗାର୍ଡଙ୍କ ଟୋଲ୍ ଫ୍ରି' ନମ୍ବର ଆଦି ବିବରଣୀ ରହୁଛି । ଏହାସହ ଭକ୍ତଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ । 15ବର୍ଷରୁ କମ୍ ପିଲାଙ୍କ ପାଇଁ କେବଳ ସକାଳ 5ଟାରୁ ପୂର୍ବାହ୍ନ 2ଟା ପର୍ଯ୍ୟନ୍ତ ଫୁଟ୍‌ପାଥ୍‌ରେ ଯିବା ପାଇଁ ଅନୁମତି ରହିଛି । ଗତ 11 ତାରିଖରେ ବାଘ ଆକ୍ରମଣରେ ଏକ 6 ବର୍ଷର ଝିଅର ଜୀବନ ଯାଇଥିଲା ।

ଏହା ବି ପଢନ୍ତୁ...ଠାବ ହେଲା ନିଖୋଜ ମାଇ ଚିତା ନିର୍ଭା

ସୂଚନା ଅନୁସାରେ, ଦିନେଶଙ୍କ ପରିବାର ନେଲୋର ଜିଲ୍ଲାର ଶ୍ରୀଭାରି ଦର୍ଶନିକା ଅଭିମୁଖେ ଯାତ୍ରା କରୁଥିଲେ । ଏହାପରେ ଦିନେଶଙ୍କ ପରିବାର ଶୁକ୍ରବାର ରାତି ପ୍ରାୟ 8 ଟା ସମୟରେ ଆଲିପିରିରୁ ପାଦରେ ଚାଲି ଚାଲି ଯାଇଥିଲେ। ରାତି ପ୍ରାୟ ସାଢେ 10ଟା ସମୟରେ ଲକ୍ଷ୍ମୀନରସିଂହମ ସ୍ୱାମୀ ମନ୍ଦିର ନିକଟରେ ପହଞ୍ଚିଥିଲେ ପରିବାରର ସମସ୍ତ ସଦସ୍ୟ । ଏହି ସମୟରେ ସେମାନଙ୍କ 6ବର୍ଷର ଝିଅ ହଠାତ ନିଖୋଜ ହୋଇଯାଇଥିଲା । ଦିନେଶ ଏବଂ ତାଙ୍କ ପତ୍ନୀ ଚିନ୍ତିତ ହୋଇ ମନ୍ଦିର ପରିସରରେ ଖୋଜାଖୋଜି କରିଥିଲେ ସୁଦ୍ଧା ଝିଅର ପତ୍ତା ମିଳିନଥିଲା ।

ଏହାପରେ ଝିଅର ନିଖୋଜ ନେଇ ସେଠାକାର ସିକ୍ୟୁରିଟିକୁ ଅବଗତ କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ଖୋଜିବା ସମ୍ଭବପର ନୁହେଁ ବୋଲି ଦର୍ଶାଇ ସକାଳୁ ଖୋଜିଖୋଜି ଆରମ୍ଭ କରିଥିଲେ ସେଠାରେ ନିୟୋଜିତ ହୋଇଥିବା ସୁରକ୍ଷାକର୍ମୀ। ଶନିବାର ସକାଳ 7ଟାରେ ବନବିଭାଗ ନିଖୋଜ ଶିଶୁର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଥିଲା। ତିରୁମାଳା ତିରୁପତି ଦେବସ୍ଥାନମ (TTD) ମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାକୁ ଗୁରୁତର ସହ ନିଆଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ ସେହି ଶିଶୁକୁ ଆକ୍ରମଣ କରିଥିବା ବାଘ ବିନବିଭାଗ ଦ୍ବାରା କଲରାପତରିଆକୁ କାବୁ କରାଯାଇଛି ।

ABOUT THE AUTHOR

...view details