ଲକ୍ଷ୍ନୌ: ଲଖୀମପୁର ଖେରୀରେ ବାଘ ଆକ୍ରମଣକୁ ନେଇ ଲୋକେ ଆତଙ୍କିତ ହୋଇ ରହିଛନ୍ତି(leopard killed girl in Lakhimpur Kheri ) । ଲଖୀମପୁର ଖେରୀ ଜିଲ୍ଲାର କୋତୱାଲୀ ଅଞ୍ଚଳରେ କଲପତରିଆ ବାଘ ଆକ୍ରମଣରେ ଜଣେ ୧୩ ବର୍ଷ ଝିଅର ମୃତ୍ୟୁ ହୋଇଛି । ରାମନଗର କଲାଂ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏଠାରେ ୧୩ ବର୍ଷୀୟ ଝିଅ ସ୍ଥାନୀୟ ଆଖୁ କିଆରୀରୁ ଚାରା ଆଣିବାକୁ ଯାଇଥିଲା । ଏହି ସମୟରେ ତା ଉପରେ କଲରା ପତରିଆ ବାଘ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ଝିଅଟିର ମୃତ୍ୟୁ ହୋଇଛି ।
ଲଖୀମପୁର ଖେରୀରେ ବାଘ ଆତଙ୍କ, କଲରପତରିଆ ଆକ୍ରମଣରେ ୧୩ ବର୍ଷୀୟ ଝିଅ ମୃତ - କଲରପତରିଆ ଆକ୍ରମଣରେ ୧୩ ବର୍ଷୀୟ ଝିଅ ମୃତ
ଲଖୀମପୁର ଖେରୀ ଜିଲ୍ଲାର କୋତୱାଲୀ ଅଞ୍ଚଳରେ କଲପତରିଆ ବାଘ ଆକ୍ରମଣରେ ଜଣେ ୧୩ ବର୍ଷ ଝିଅର ମୃତ୍ୟୁ ହୋଇଛି(leopard killed girl in Lakhimpur Kheri) । ଅଧିକ ପଢ଼ନ୍ତୁ
ଏହାକୁ ମିଶାଇ ଲଖୀମପୁର ଖେରୀ ଜିଲ୍ଲାରେ ଗତ ୮ ଦିନରେ ୫ ଜଣଙ୍କ ଜୀବନ ନେଇ ସାରିଲାଣି ବାଘ । ରାମନଗର କଲାଂ ଗ୍ରାମର ମଥୁରା ନାମକ ବ୍ୟକ୍ତିଙ୍କ ୧୩ ବର୍ଷର ଝିଅ ନିଜ ବାପା ଓ ଭାଇଙ୍କ ସହ ଆଖୁ କିଆରିକୁ ଚାରା ଆଣିବାକୁ ଯାଇଥିଲା । ଚଳିତ ବର୍ଷ ଗାଁରେ ବନ୍ୟା ଯୋଗୁଁ ଚାରା ଅଭାବ ପଡ଼ିଛି । ଲୋକେ ଆଖୁ ପତ୍ରକୁ ଗାଈ ଚାରା ଭାବରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ।
ତେବେ ସୋମବାର ଆଖୁ କିଆରି ଭିତରକୁ ଏକ କଲରାପତରିଆ ବାଘ ପଶି ଆସିଥିଲା । ଏହାକୁ ନେଇ ମଥୁରାଙ୍କ ପୁଅ ଓ ଝଅ ଅଜ୍ଞ ରହିଥିଲେ । ଚାରା ଗୋଟାଇ ବେଳେ ଅଚାନକ ବାଘ ନିକଟକୁ ଚାଲି ଯାଇଥିଲେ ମଥୁରାଙ୍କ ଝିଅ । ତତ୍କ୍ଷଣାତ ବାଘଟି ଝଅଟି ଉପରେ ଆକ୍ରମଣ କରିଥିଲା । ଚିତ୍କାର ଶୁଣି ସେଠାରେ ସ୍ଥାନୀୟ ଲୋକ ଜମା ହୋଇଥିଲେ । ତେବେ ସେତେବେଳେକୁ ଝିଅଟିର ମୃତ୍ୟୁ ହୋଇସାରିଥିଲା । ଦୀପାବଳିରେ ନୀରିହ ଝିଅଟିର ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏହି ଘଟଣା ପରେ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି । ଝିଅଟିର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।