ନୂଆଦିଲ୍ଲୀ:ଭାରତ ବିରୋଧରେ ଆତଙ୍କବାଦ ଆକ୍ରମଣ ପାଇଁ ନୂଆ ସଙ୍ଗଠନ ଲସ୍କର-ଇ-ମୁସ୍ତାଫା(LeM) ଗଠନ କରିଛି ଜୈଶ-ଇ-ମହମ୍ମଦ(JeM) । LeMର ମୁଖ୍ୟ ହିଦାୟତ ଉଲ୍ଲାହ ମଲିକ ତଥା ହସନେନ ସହିତ ଲଗାତାର କଥା ହେଉଛି ପାକିସ୍ତାନୀ ଆତଙ୍କବାଦ ସଙ୍ଗଠନ ଜୈଶ-ଇ-ମହମ୍ମଦ ଓ ମାସୁଦ ଅଜହର ଭାଇ ମୁଫ୍ତି ରୌଫ । ଆଗକୁ ଭାରତ ବିରୋଧରେ ବଡ ଷଡ଼ଯନ୍ତ୍ର ରଚୁଛି କି ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଏହା ଉପରେ କଡା ନଜର ରଖିଛି ଭାରତୀୟ ସେନା ।
ଜୈଶ-ଇ-ମହମ୍ମଦ ଗତବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ LeMକୁ ଗଠନ କରିଛି । ଭାରତ ବିରୋଧରେ ଆତଙ୍କୀ ହମଲା ପାଇଁ ହସନେନକୁ ମୁଖ୍ୟ ଦାୟିତ୍ବ ଦିଆଯାଇଛି । ହସନେନ ସହିତ ଗତ କିଛି ଦିନ ଧରି ଲଗାତାର ଭାବେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରର ଭାଇ କଥା ହେଉଛନ୍ତି । ଯାହାକି ଭାରତ ବିରୋଧରେ ଆତଙ୍କବାଦୀ ହମଲାର ସନ୍ଦେହ ଦୃଢୀଭୂତ ହୋଇଛି । ତେବେ ଏମାନେ ପାକିସ୍ତାନୀ ମୋବାଇଲ ନମ୍ବର ଜରିଆରେ ପରସ୍ପର ସହିତ ଯୋଗାଯୋଗ କରୁଛନ୍ତି ବୋଲି ଜଣାପଡିଛି । LeMର 6 ଜଣ ଆତଙ୍କବାଦୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ଚାର୍ଜସିଟ ଦାଖଲ କରିଛି ।
ଲସ୍କର-ଇ-ମୁସ୍ତାଫା ଗଠନ ପରେ ହସନେନ ଜମ୍ମକାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ଆରମ୍ଭ କରିଛି । ହସନେନ ପାକିସ୍ତାନୀ ମୋବାଇଲ ନମ୍ବର ଜରିଆରେ ମାସୁଦ ଅଜହର ଭାଇ ମୁଫ୍ତି ରୌଫ (+92336648XXXX) ଓ ଅସକ ଅହମ୍ମଦ ନେଙ୍ଗରୁ +92355809XXXX ଓ +92355141XXXX)ଙ୍କ ସହିତ ହ୍ବାଟ୍ସଆପରେ କଥା ହେଉଛି ବୋଲି ଜଣାପଡିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏହି ୨ ଜଣ ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଛନ୍ତି ।
ହସନେନକୁ ନିଜେ ଟଙ୍କା ରୋଜଗାର କରିବାକୁ କହିଛି ଜୈଶ-ଇ-ମହମ୍ମଦ । ଜମ୍ମୁକାଶ୍ମୀରର କିଛି ଯୁବକଙ୍କୁ ଏହି ସଙ୍ଗଠନରେ ସାମିଲ କରିବାକୁ ମଧ୍ୟ କହିଛି JeM । ଟଙ୍କା ଏକଜୁଟ କରିବା ପାଇଁ ଏହି ସଙ୍ଗଠନର କିଛି ଆତଙ୍କବାଦୀ ଦିନ ସମୟରେ ଜମ୍ମୁକାଶ୍ମୀରର ବ୍ୟାଙ୍କରୁ ଟଙ୍କା ହଡପ କରୁଥିବା ମଧ୍ୟ ଜଣାପଡିଛି । ତେବେ ସେମାନେ ଏକ ବ୍ୟାଙ୍କରୁ ୬୦ ଲକ୍ଷ ଟଙ୍କା ଚୋରି କରି ଅସ୍ତ୍ରଶସ୍ତ୍ର କିଣୁଛନ୍ତି । ଗତ ଜୁଲାଇ ମାସରେ NIA ଲସ୍କର-ଇ-ମୁସ୍ତାଫାର ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଏମାନ ବିହାରର ସରାନ ଜିଲ୍ଲାର ହୋଇଥିବା ବେଳେ ଆତଙ୍କବାଦୀ ସଙ୍ଗଠନକୁ ଏମାନେ ଅସ୍ତ୍ରଶସ୍ତ୍ର ପଠାଇବାରେ ସାହାଯ୍ୟ କରୁଥିଲେ । ବିହାରରୁ ମୋହାଲି ଓ ଅମ୍ବାଲାକୁ ଏମାନେ ପଠାଉଥିଲେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ।
@IANS