ଶ୍ରୀନଗର:ଭାରତରେ ବାଲ୍ୟ ବିବାହକୁ ନେଇ ଆସିଲା ସର୍ଭେ ରିପୋର୍ଟ । ଏହି ତାଲିକାର ସର୍ବନିମ୍ନରେ ରହିଛି ଜମ୍ମୁକାଶ୍ମୀର(lower child marriage in J&K) । ଏଠାରେ ଯୁବତୀଙ୍କ ନିର୍ଦ୍ଧାରିତ ବୟସ ପରେ ହିଁ ବିବାହ କରାଯାଉଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ (National Family Health)ର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ଜମ୍ମୁକାଶ୍ମୀର ପଛକୁ ହିମାଚଳ ପ୍ରଦେଶ, ଗୋଆ, ନାଗାଲାଣ୍ଡ, କେରଳ ଓ ପୁଡ଼ୁଚେରୀ ରହିଛି ।
ସର୍ଭେ ରିପୋର୍ଟ ଅନୁସାରେ ଦେଶର ଅନେକ ରାଜ୍ୟରେ ୧୮ ବର୍ଷ ହୋଇନଥିବା ନାବାଳିକାଙ୍କ ବିବାହ କରି ଦିଆଯାଉଛି । ଆନ୍ଧ୍ରପ୍ରଦେଶରେ ପ୍ରାୟ ୩୩% ଯୁବତୀ ଏହାର ଶିକାର ହେଉଥିବା ବେଳେ ଆସାମରେ ୩୨%, ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉରେ ୨୮%, ତେଲେଙ୍ଗାନାରେ ୨୭%, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୨୫% ବାଲ୍ୟ ବିବାହ ହେଉଛି । ବିଶେଷଜ୍ଞଙ୍କ ମତରେ ଶିକ୍ଷିତ ହାରରେ ଅଭିବୃଦ୍ଧି ଘଟିବା ପରେ ଏବେ ପୁଅଙ୍କ ଅପେକ୍ଷା ଝିଅମାନଙ୍କ କ୍ୟାରିଅର ଉପରେ ମଧ୍ୟ ପିତାମାତା ଫୋକସ୍ କରୁଛନ୍ତି । ଉଚ୍ଚଶିକ୍ଷା ଯୋଗାଇବା ପରେ ଝିଅମାନଙ୍କ ବିବାହ ମଧ୍ୟ ବିଳମ୍ବରେ କରାଯାଉଛି ।