ଓଡିଶା

odisha

ETV Bharat / bharat

Lawyers strike: ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ଓକିଲ ଆଲନ୍ଦୋଳନରେ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ

ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ଯ । ଲାଇସେନ୍ସ ରଦ୍ଦ କରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ଦେଲେ ନିର୍ଦ୍ଦେଶ (SC directs Bar Council of India on Lawyers strike)। ଆବଶ୍ୟକ ହେଲେ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Lawyers strike: ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Lawyers strike: ଆନ୍ଦୋଳନକାରୀ ଓକିଲଙ୍କ ଲାଇସେନ୍ସ ରଦ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

By

Published : Nov 28, 2022, 4:56 PM IST

ନୂଆଦିଲ୍ଲୀ: ରାଜ୍ୟରେ ଆଇନଜୀବୀଙ୍କଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ନିର୍ଦ୍ଦେଶ । ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ ।

ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇବା ସହ ଲାଇସେନ୍ସ ରଦ୍ଦ କରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ (SC directs Bar Council of India on Lawyers strike)। ସେହିପରି ବିଚାର ବିଭାଗରେ ଥିବା ଅଧିକାରୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓକିଲ ଆନ୍ଦୋଳନ ନେଇ ଓଡିଶା ହାଇକୋର୍ଟଙ୍କ ଦ୍ବାରା ସର୍ବୋଚ୍ଚ କୋର୍ଟରେ ଏହି ଆବେଦନ କରାଯାଇଥିଲା । ଓଡିଶା ହାଇକୋର୍ଟ କରିଥିବା ଆବେଦନରେ ସର୍ବୋଚ୍ଚ କୋର୍ଟଙ୍କୁ ଅବଗତ କରାଯାଇଥିଲା ଯେ, ଏହି ଆନ୍ଦୋଳନ ପାଇଁ କୋର୍ଟ କାର୍ଯ୍ୟ ଗମ୍ଭୀର ଭାବେ ପ୍ରଭାବିତ ହେବାରେ ଲାଗିଛି । ଅଚଳାବସ୍ଥା ସୃଷ୍ଟି ହେବା ପରି ଆଶଙ୍କା ମଧ୍ୟ ଦେଖିବାକୁ ମିଳିଲାଣି । ତେବେ ସର୍ବୋଚ୍ଚ କୋର୍ଟ ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୁପ୍ରିମ କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଯଦି ଆବଶ୍ୟକ ପଡେ ଆନ୍ଦୋଳନକାରୀଙ୍କୁ ଗିରଫ କର ।

ତେବେ ହାଇକୋର୍ଟର ବେଞ୍ଚ ସ୍ଥାପନ ପାଇଁ ଜାରି ରହିଥିବା ଓକିଲ ଆନ୍ଦୋଳନ ସମ୍ପର୍କରେ ସର୍ବୋଚ୍ଚ କୋର୍ଟ କହିଥିଲେ (Supreme Court on Lawyers strike), ରାଜ୍ୟର ଏକାଧିକ ସ୍ଥାନ ବା ପ୍ରତି ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବା ବାସ୍ତବିକ ସମ୍ଭବପର ନୁହେଁ । ଭିତ୍ତିଭୂମି ଦୃଷ୍ଟିରୁ ମଧ୍ୟ ବିଭିନ୍ନ ସ୍ଥାନରେ ବେଞ୍ଚ ପ୍ରତିଷ୍ଠା କରିବା ମଧ୍ୟ ସମ୍ଭବପର ନୁହେଁ । ବିହାର ଏକ ବଡ ରାଜ୍ୟ ହୋଇଥିଲେ ସୁଦ୍ଧା ରାଜଧାନୀ ପାଟନାରେ ମାତ୍ର ଗୋଟିଏ ହାଇକୋର୍ଟ ରହିଛି ।


ଓକିଲମାନଙ୍କ ଆନ୍ଦୋଳନ ଫଳରେ ନ୍ୟାୟିକ ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହେବାରେ ଲାଗିଛି । ସାଧାରଣ ଲୋକମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାରେ ଲାଗିଛନ୍ତି । ତେଣୁ ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ ବାର କାଉସିଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ଆବଶ୍ୟକ ପଡିଲେ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରୁ ବୋଲି ସୁପ୍ରିମ କୋର୍ଟ କହିଥିଲେ । ଯଦି ସେପରି ସ୍ଥିତି ସୃଷ୍ଟି ହୁଏ ତେବେ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ ମଧ୍ୟ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details