ନୂଆଦିଲ୍ଲୀ: ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ହାଥରସ ମାମଲାରେ ପୀଡିତାଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ସୀମା କୁସୱାହ । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସୀମା କହିଛନ୍ତି, ଅନେକ ଥର ଅନୁରୋଧ ପରେ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଉନାହିଁ । ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି ସୀମା । ମୋ ମରିବାକୁ ଅପେକ୍ଷା କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଆଇନଜୀବୀ ସୀମା କୁଶୱାହଙ୍କ ପ୍ରଶ୍ନ; ମୋ ମୃତ୍ୟୁକୁ କରିଛନ୍ତି କି ଅପେକ୍ଷା ? - ସୀମା କୁଶୱାହଙ୍କ ପ୍ରଶ୍ନ
ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ହାଥରସ ପୀଡିତାଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ ସୀମା କୁଶୱାହ କହିଛନ୍ତି, ଅନେକ ଥର ଅନୁରୋଧ ପରେ ତାଙ୍କୁ କୌଣସି ସୁରକ୍ଷା ଯୋଗାଇ ଦିଆଯାଉନାହିଁ । ଅଧିକ ପଢନ୍ତୁ...
ଏହାପୂର୍ବରୁ କୁଶୱା କିଛି ଆଇନଜୀବୀଙ୍କ ବିରୋଧରେ ତାଙ୍କୁ ଭୟ ଦେଖାଉଥିବାର ଅଭିଯୋଗ କରିଥିଲେ । ମାର୍ଚ୍ଚ 5ରେ ହାଥରସ କୋର୍ଟରେ ହାଜର ସମୟରେ ତାଙ୍କୁ ଦଲିଲ ଦାଖଲ କରିବାକୁ ଅନୁମତି ଦିଆଯାଇ ନ ଥିବା ମଧ୍ୟ କହିଥିଲେ। ଏହି ଘଟଣା ପରେ କୁଶୱା ମାମଲା ସ୍ଥାନାନ୍ତର କରିବାକୁ ହାଇକୋର୍ଟରେ ଆବେଦନ କରିଥିଲେ ।
ଗୁରୁବାର କୋର୍ଟରେ ଶୁଣାଣି ହୋଇଥିଲା । ପୀଡିତାଙ୍କ ଭାଇକୁ ପ୍ରଶ୍ନ କରାଯିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର 23କୁ ଘୁଞ୍ଚାଇଦିଆଯାଇଛି । ୨୦୨୦ ସେପ୍ଟେମ୍ବର 29ରେ ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମ କରାଯିବା ପରେ 19 ବର୍ଷୀୟ ଦଲିତ ଝିଅ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମାମଲାରେ ଗିରଫ ହୋଇଥିବା ଚାରି ଅଭିଯୁକ୍ତ ସନ୍ଦୀପ, ରବି, ରାମୁ ଏବଂ ଲଭକୁଶକୁ ଆଲିଗଡ ଜେଲରେ ରଖାଯାଇଛି।