ଓଡିଶା

odisha

ETV Bharat / bharat

ମେହବୁବାଙ୍କ ବୟାନ; କାଶ୍ମୀରୀଙ୍କ ଉପରେ ଲଦାଯାଉଛି ଆଇନ, କରିବୁନି ବର୍ଦାସ୍ତ - ମେହବୁବା ମୁଫତି

ପୂନର୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତା ମେହବୁବା ମୁଫତି । କାଶ୍ମୀରବାସୀଙ୍କ ଉପରେ ଆଇନ ଲଦି ଦିଆଯାଉଥିବା କହିଛନ୍ତି ମେହବୁବା । ଅଧିକ ପଢନ୍ତୁ...

ମେହବୁବାଙ୍କ ବୟାନ; କାଶ୍ମୀରୀଙ୍କ ଉପରେ ଲଦାଯାଉଛି ଆଇନ, କରିବୁନି ବର୍ଦାସ୍ତ
ମେହବୁବାଙ୍କ ବୟାନ; କାଶ୍ମୀରୀଙ୍କ ଉପରେ ଲଦାଯାଉଛି ଆଇନ, କରିବୁନି ବର୍ଦାସ୍ତ

By

Published : Nov 3, 2020, 7:33 PM IST

ଶ୍ରୀନଗର: ଧାରା 370 ଉଚ୍ଛେଦ ବିରୋଧରେ ପୂନର୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତା ମେହବୁବା ମୁଫତି । କାଶ୍ମୀରବାସୀଙ୍କ ଉପରେ ଆଇନ ଲଦି ଦିଆଯାଉଥିବା କହିଛନ୍ତି ମେହବୁବା ।

ମେହବୁବା କହିଛନ୍ତି, କାଶ୍ମୀର ଯୁବକଙ୍କ ଭବିଷ୍ୟତ ବଞ୍ଚାଇବା ପାଇଁ ଆମେ କୌଣସି ବି ସ୍ତରକୁ ଯାଇପାରିବୁ । ଆଗରୁ ସମସ୍ତ ଆଇନ ଜନସାଧାରଣଙ୍କ ଉପଦେଶରେ ଗଠନ ହେଉଥିଲା । ହେଲେ ବର୍ତ୍ତମାନ ଆଇନକୁ କାଶ୍ମୀରବାସୀଙ୍କ ଉପରେ ଲଦି ଦିଆଯାଉଥିବା ଅଭିଯୋଗ କରିଛନ୍ତି ମେହବୁବା । ସେ କହିଛନ୍ତି ଏହା ସବୁକିଛି ତାଙ୍କ ଅସ୍ତିତ୍ବର ବିରୋଧ ଏବଂ ଆମେ ଏହାକୁ ବର୍ଦାସ୍ତ କରିପାରିବୁ ନାହିଁ ।

ପ୍ରାୟ 14 ମାସ ନଜରବନ୍ଦୀରେ ରହି ମୁକୁଳିବା ପରେ ମେହବୁବା ମୁଫତିଙ୍କ ଏକ ବିବୃତ୍ତିକୁ ନେଇ ବଡ ବିବାଦ ଦେଖାଦେଇଥିଲା । କିଛି ଦିନ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜମ୍ମୁ କାଶ୍ମୀରର ପତାକା ଦେଖାଇ ସେ କହିଥିଲେ, 'ଏହା ହେଉଛି ମୋର ପତାକା '। ଆମ ପତାକା ନଫେରାଇବା ପର୍ଯ୍ୟନ୍ତ ଭାରତର ଜାତୀୟ ପତାକା ଉତ୍ତୋଳନ କରିବୁ ନାହିଁ ବୋଲି କହିଛନ୍ତି ମେହବୁବା ।

ଗଣମାଧ୍ୟମ ସହ ଆଲୋଚନା ସମୟରେ ମେହବୁବା ମୁଫତି କହିଥିଲେ ଯେ ଆମେ ଆର୍ଥିକ ଦୃଷ୍ଟିରୁ ବାଂଲାଦେଶ ଠାରୁ ମଧ୍ୟ ପଛରେ ପଡିଛୁ। ଚାକିରୀ ହେଉ କିମ୍ବା ଅନ୍ୟ କିଛି, ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛନ୍ତି। ସରକାରଙ୍କର କୌଣସି କାମ ନାହିଁ ଯାହାକୁ ଦେଖାଇ ସେମାନେ ଭୋଟ ମାଗିପାରିବେ । ଏମାନେ କହିଛନ୍ତି ଯେ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ସମସ୍ତେ ଜମି କ୍ରୟ କରାଯାଇପାରିବ। ତା’ପରେ ସେମାନେ କହିଛନ୍ତି ଯେ ମାଗଣା ଟିକା ବଣ୍ଟନ କରିବେ। ଆଜି ପ୍ରଧାନମନ୍ତ୍ରୀ ମୋଦି ଭୋଟ ପାଇଁ ଧାରା 370 ବିଷୟରେ ବିଷୟ ଉଠାଉଥିବା ମେହବୁବା ନିଜ ପ୍ରତିକ୍ରିୟାରେ କହିଥିଲେ ।

ABOUT THE AUTHOR

...view details