ଓଡିଶା

odisha

ETV Bharat / bharat

କର୍ଣ୍ଣାଲରେ କୃଷି ଆଇନକୁ ବିରୋଧ, ପୋଲିସର ଲାଠିଚାର୍ଜ - ଚାଷୀଙ୍କ ଉପରେ ପୋଲିସର ଲାଠିଚାର୍ଜ

ହରିୟାଣାର କର୍ଣ୍ଣାଲରେ ଚାଷୀଙ୍କ ଉପରେ ପୋଲିସ ଲାଠି ଚାର୍ଜ । କର୍ଣ୍ଣାଲ ଜିଲ୍ଲାର କୌମଲା ଗ୍ରାମରେ ବିଜେପି ଦ୍ବାରା କିଷାନ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ବିରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...

lathi charge on farmers
କର୍ଣ୍ଣାଲରେ କୃଷି ଆଇନକୁ ବିରୋଧ, ଚାଷୀଙ୍କ ଉପରେ ପୋଲିସର ଲାଠିଚାର୍ଜ

By

Published : Jan 10, 2021, 3:03 PM IST

ଚଣ୍ଡିଗଡ: ହରିୟାଣାର କର୍ଣ୍ଣାଲରେ ଚାଷୀଙ୍କ ଉପରେ ପୋଲିସ ଲାଠିଚାର୍ଜ । କର୍ଣ୍ଣାଲ ଜିଲ୍ଲାର କୌମଲା ଗ୍ରାମରେ ବିଜେପି ଦ୍ବାରା କିଷାନ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଠାରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଚାଷୀଙ୍କ ସହ ଆଲୋଚନା କରିବାକୁ ଏବଂ ସେମାନଙ୍କୁ ନୂତନ କୃଷି ନିୟମର ଉପକାରିତା ବିଷୟରେ ବର୍ଣ୍ଣନା କରିବାକୁ ଯାଉଥିଲେ କିନ୍ତୁ କୃଷି ଆଇନକୁ ବିରୋଧ କରି ଶହ ଶହ କୃଷକ ସେଠାରେ ପହଞ୍ଚିଥିଲେ। କୃଷକମାନେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କଳା ପତାକା ଓ ସ୍ଲୋଗାନ ଦେଇଥିଲେ।

କର୍ଣ୍ଣାଲରେ କୃଷି ଆଇନକୁ ବିରୋଧ, ଚାଷୀଙ୍କ ଉପରେ ପୋଲିସର ଲାଠିଚାର୍ଜ

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଓ ସ୍ଥାନୀୟ ପୋଲିସ ଚାଷୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ କୃଷକମାନେ ଏଥିରେ ରାଜି ହୋଇନଥିଲେ। ଫଳରେ ସ୍ଥିତି ବିଗିଡିଯିବାରୁ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ ମାଡ କରିଥିଲେ । ଏହାସହ ଚାଷୀଙ୍କ ଉପରେ ୱାଟର୍ କ୍ୟାନନ୍ ମଧ୍ୟ ମାଡ କରାଯାଇଥିଲା ।

ଏହି ସମୟରେ କୃଷକମାନେ କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିର୍ମିତ ମଞ୍ଚକୁ ଭାଙ୍ଗି ଦେଇଥିଲେ । ବିରୋଧ କରୁଥିବା ଚାଷୀମାନେ ଚେୟାର ଟେବୁଲ ଭାଙ୍ଗି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡରେ କୃଷକମାନେ ଏକାଠି ହୋଇଥିଲେ ଫଳରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଅବତରଣ କରି ପାରି ନାହାଁନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details