ଓଡିଶା

odisha

ETV Bharat / bharat

‘ଆଫଗାନିସ୍ତାନ ସ୍ଥିତି କହୁଛି ଦେଶରେ CAAର ଆବଶ୍ୟକତା ରହିଛି’ - ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ

ଆଫଗାନିସ୍ତାନରେ ହିନ୍ଦୁ ଓ ଶିଖ ଅସୁରକ୍ଷିତ । ଏଭଳି ପରିସ୍ଥିତିକୁ ନେଇ ଦେଶରେ CAA ର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । ଅଧିକ ପଢନ୍ତୁ...

latest situation afghanistan shows why caa is necessary in india says puri
ଆଫଗାନିସ୍ତାନର ସ୍ଥିତିକୁ ନେଇ CAA ର ଆବଶ୍ୟକତା ରହିଛି କହିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ

By

Published : Aug 22, 2021, 6:52 PM IST

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଆତଙ୍କବାଦୀ ସଂଗଠନ ତାଲିବାନ ଦଖଲ କରିବା ପରେ ବହୁ ସଂଖ୍ୟାରେ ଲୋକ ଦେଶ ଛାଡି ବିଦେଶ ମୁହାଁ ହୋଇଛନ୍ତି । ଦେଶରେ ଲାଗିଥିବା ଅରାଜକତାକୁ ଦେଖି ଅନ୍ୟ ଦେଶରେ ଶରଣ ନେବା ଅପେକ୍ଷାରେ ଆଫଗାନ ନାଗରିକ । ଏଭଳି ସ୍ଥିତିରେ ଦେଶରେ ନାଗରିକ ସଂଶୋଧନ ଆଇନ ବା ସିଏଏର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରୀୟ ସହରାଞ୍ଚଳ ବିକାଶ ମନ୍ତ୍ରୀ ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଟ୍ବିଟ କରି କହିଛନ୍ତି ' ଆମର ପଡୋଶୀ ଦେଶରେ ବର୍ତ୍ତମାନର ସ୍ଥିତି ଯେଭଳି ରହିଛି ସେଠାର ହିନ୍ଦୁ ଓ ଶିଖ ସଂପ୍ରଦାୟର ଲୋକମାନେ କଠିନ ସ୍ଥିତି ଦେଇ ଗତି କରୁଛନ୍ତି । ଏଠାରୁ ଜଣାପଡୁଛି ନାଗରିକତା ସଂଶୋଧନ ଆଇନର ଆବଶ୍ୟକତା କେତେ ।' ସୂଚନାଥାଉକି ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଅଗଷ୍ଟ ୧୫ ତାରିଖ ଦିନ ଦେଶ ଛାଡି ପଳାଇଛନ୍ତି ଆଫଗାନ ରାଷ୍ଟ୍ରପତି ଅସରଫ ଘନି । ଏହା ପରେ ତାଲିବାନ ଆତଙ୍କବାଦୀ ମାନେ ଆଫଗାନିସ୍ଥାନର ସମସ୍ତ ସହର ଦଖଲ କରିବା ପରେ ରାଷ୍ଟ୍ରପତି ଭବନକୁ ଦଖଲକୁ ନେଇ ନିଜର ଆଡ୍ଡା କରିଛନ୍ତି ।

ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଭାରତ ଆମେରିକା ସମେତ ବିଭିନ୍ନ ଦେଶରେ ନିଜ ନିଜ ନାଗରିକଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଜାରି ରଖିଛନ୍ତି । ଏହା ସହ ତାଲିବାନର କୃରତାକୁ ଭୟକରି ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡି ବିଦେଶ ଯିବା ପାଇଁ କାବୁଲ ଏୟାର ପୋର୍ଟକୁ ଆସୁଛନ୍ତି । ବର୍ତ୍ତମାନ କାବୁଲ ଏୟାରପୋର୍ଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି ।

ନାଗରିକତା ସଂଶୋଧନ ଆଇନ କ'ଣ ?

ନାଗରିକତା ସଂଶୋଧନ ଆଇନ ୧୧ ଡିସେମ୍ବର ୨୦୧୯ରେ ଦେଶର ସଂସଦରେ ପାରିତ କରାଯାଇଛି । କିନ୍ତୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ । ନାଗରିକ ସଂଶୋଧନ ଆଇନ ଅନୁଯାୟୀ ପଡୋଶୀ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ଭାରତରେ ଆସିଥିବା ଅଣ ମୁସଲିମଙ୍କ ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି । ପଡୋଶୀ ଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହୋଇ ହିନ୍ଦୁ,ଶିଖ, ଖ୍ରୀଷ୍ଟିୟାନ, ଜୈନ,ବୌଦ୍ଧ,ପାର୍ଶୀକୁ ଯଦି ଭାରତରେ ଆସି ଶରଣାର୍ଥି ଭାବରେ ରହି ସିଏଏ ଆଇନ ଅନୁଯାୟୀ ଭାରତରେ ନାଗିରକତା ପାଇଁ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details