ମହୀଶୂର(କର୍ଣ୍ଣାଟକ): ବାହାଘର ହେଉଛି ଅସମ୍ପୂର୍ଣ୍ଣ ଜୀବନରେ ଏକ ସମ୍ପନ୍ନ କାର୍ଯ୍ୟ । ବାହାଘର ପରିବାର ଓ ଦମ୍ପତିଙ୍କ ମଧ୍ୟରେ ଆଣିଥାଏ ହସ ଓ ଉଲ୍ଲାସ । ତେବେ ଏମିତି ଏକ ବାହାଘର କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ହୋଇଛି । ଯାହାକୁ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ଏହି ବାହାଘର କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ହୋଇଛି । ବରଙ୍କୁ ୮୫ ବର୍ଷ ହୋଇଥିବାବେଳେ କନ୍ୟାଙ୍କୁ ୬୫ ବର୍ଷ । ଗତ ସପ୍ତାହରେ ୮୫ ବର୍ଷୀୟ ମୁସ୍ତାଫା ୬୫ ବର୍ଷିୟା ଫତିମାଙ୍କୁ ବିବାହ କରିଛନ୍ତି । ଉଭୟ ମୁସ୍ତାଫା ଓ ଫତିମାଙ୍କ ଘର ମହୀଶୂର ଜିଲ୍ଲାର ଘୋଉସିଆ ନଗର ।