ଓଡିଶା

odisha

ETV Bharat / bharat

Gita mehta Demise: ପଞ୍ଚଭୂତରେ ଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା - ଗୀତା ମେହେଟ୍ଟା

ଖ୍ୟାତ ଆନ୍ତର୍ଜାତିକ ଲେଖିକା, ସାମ୍ବାଦିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଅଧିକ ପଢନ୍ତୁ

Last rites of Gita Mehta
ପଞ୍ଚଭୂତରେ ଲୀନ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା

By ETV Bharat Odisha Team

Published : Sep 18, 2023, 2:08 PM IST

Last rites of Gita Mehta

ନୂଆଦିଲ୍ଲୀ:ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଉଭଣୀ ଗୀତା ମେହେଟ୍ଟା । ଦିଲ୍ଲୀ ଲୋଧି ରୋଡରେ ଥିବା ଶ୍ମଶାନରେ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ପୁଅ ଆଦିତ୍ୟ ସିଂ ମେହେଟ୍ଟା ମୁଖାଗ୍ନି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବଡ ଭାଇ ପ୍ରେମ ପଟ୍ଟନାୟକ, ଆତ୍ମୀୟ ସ୍ବଜନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତିମ ସସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଅନଙ୍ଗ ଉଦୟ ସିଂଦେଓ, ସାଂସଦ ପିନାକ ମିଶ୍ର ପ୍ରମୁଖ ଗୀତାଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ଦିଲ୍ଲୀ ଅବଦୁଲ କଲାମ ରୋଡରେ ଥିବା ବାସଭବନରୁ ଶେଷଯାତ୍ରାରେ ବାହାରିଥିଲେ ଗୀତା ମେହେଟ୍ଟା । ଦିଲ୍ଲୀ ଲୋଧି ରୋଡରେ ଥିବା ଶ୍ମଶାନରେ ମରଶରୀର ପହଞ୍ଚିବା ପରେ ସାନ ଭାଇ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶେଷ ଦର୍ଶନ କରିଥିଲେ । ଭଉଣୀ ଗୀତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ନବୀନ ପଟ୍ଟନାୟକ । ଏହି ସମୟରେ ଭାବ ବିହ୍ବଳ ହୋଇଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ । ଏହା ସହିତ ଉପସ୍ଥିତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଶନିବାର ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିଲା । ଆମେରିକାରୁ ପୁଅ ଆଦିତ୍ୟ ସିଂ ମେହେଟ୍ଟା ଫେରିବା ପରେ ଆଜି ଦିଲ୍ଲୀ ସ୍ଥିତ ଲୋଧି ରୋଡ ଶଶ୍ମାନରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି ।

ଏହା ବି ପଢନ୍ତୁ...Gita Mehta Passes Away: ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ

ପ୍ରକାଶ ଥାଉ କି, ଗତ ଶନିବାରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପ୍ରଖ୍ୟାତ ଆନ୍ତର୍ଜାତିକ ଲେଖିକା, ସାମ୍ବାଦିକା, ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିଲା । 80 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଗୀତା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । 1943 ମସିହାରେ ଜନ୍ମିତ ଗୀତା ମେହେଟ୍ଟା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା । । ନବୀନ ପଟ୍ଟନାୟକ ଓ ପ୍ରେମ ପଟ୍ଟନାୟକଙ୍କ ଭଉଣୀ ହେଉଛନ୍ତି ଗୀତା । ୪୦ ବର୍ଷର ସାହିତ୍ୟ ସାଧନାରେ ତାଙ୍କର ଅନେକ ପୁସ୍ତକ ଉଲ୍ଲେଖନୀୟ ସଫଳତା ଲାଭ କରିଥିଲା । ତାଙ୍କ କଲମ କଥା କହୁଥିଲା । 2019ରେ ପଦ୍ମ ସମ୍ମାନକୁ ଫେରାଇ ଚର୍ଚ୍ଚାକୁ ଆସିଥିଲେ ଗୀତା । ଆଜି ଏହି ମହାନ ଲେଖିକା ମହାନ ଆତ୍ମା ପଞ୍ଚଭୂତରେ ବିଲୀନ ହୋଇଛି ।

ABOUT THE AUTHOR

...view details