ନୂଆଦିଲ୍ଲୀ:ଦେଶରେ ତଳ ମୁହାଁ ହେଉଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 2 ଲକ୍ଷ 11 ହଜାର 298 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2 କୋଟି 73 ଲକ୍ଷ 69 ହଜାର 093ରେ ପହଞ୍ଚିଛି ।
ଦେଶରୁ ଦିନକରେ 2.11 ଲକ୍ଷ ଆକ୍ରାନ୍ତ ଚିହ୍ନଟ, 3847 ମୁଣ୍ଡ ନେଲା ମହାମାରୀ - କୋରୋନା ଜନିତ ମୃତ୍ୟୁ ସଂଖ୍ୟା
ଦେଶରେ ତଳ ମୁହାଁ କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 2ଲକ୍ଷ 11 ହଜାର 298 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 3, 847 ଜଣ ମୃତ । ଅଧିକ ପଢନ୍ତୁ...
ଦେଶରେ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ, ଦିନକରେ 3, 847 ଜଣଙ୍କ ମୁଣ୍ଡ ନେଲା ମହାମାରୀ
ସେହିପରି ମୃତ୍ୟୁ ସଂଖ୍ୟା କ୍ରମଶଃ 4 ହଜାର ପାର କରୁଥିବା ବେଳେ ଆଜି ଏହା ସାମାନ୍ୟ ହ୍ରାସ ପାଇଛି । 24 ଘଣ୍ଟାରେ ଦେଶରେ 3 ହଜାର 847ଜଣଙ୍କର ମୁଣ୍ଡ ନେଇଛି ମହାମାରୀ । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 3 ଲକ୍ଷ 15ହଜାର 235 ରେ ପହଞ୍ଚିଛି । ସେହିପରି 2 ଲକ୍ଷ 83 ହଜାର 135 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 24 ଲକ୍ଷ 19 ହଜାର 90 7ଟି ଆକ୍ଟିଭ କେସ୍ ରହିଛି ।
@ANI