ଓଡିଶା

odisha

ETV Bharat / bharat

କଶ୍ମୀରରୁ ଧରାପଡିଥିବା ଆତଙ୍କୀର BJP ଲିଙ୍କ୍‌ !

ଆତଙ୍କୀ ସଂଗଠନରେ ବିଜେପି ଲିଙ୍କ ! କଶ୍ମୀରର ରିଆସି ଜିଲ୍ଲାରୁ ରବିବାର ଧରାପଡିଥିବା ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ସୋସିଆଲ ମିଡିଆ ଇନଚାର୍ଜ (BJP party's Minority Morcha social media in-charge in Jammu) ଥିଲେ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ

କାଶ୍ମୀରରୁ ଧରା ପଡିଥିବା ଆତଙ୍କୀ ବିଜେପି ନେତା !
କାଶ୍ମୀରରୁ ଧରା ପଡିଥିବା ଆତଙ୍କୀ ବିଜେପି ନେତା !

By

Published : Jul 4, 2022, 9:44 AM IST

ଶ୍ରୀନଗର: ଆତଙ୍କୀ ସଂଗଠନରେ ବିଜେପି ଲିଙ୍କ ! କଶ୍ମୀରର ରିଆସି ଜିଲ୍ଲାରୁ ରବିବାର ଧରାପଡିଥିବା ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚା ସୋସିଆଲ ମିଡିଆ ଇନଚାର୍ଜ (BJP party's Minority Morcha social media in-charge in Jammu) ଥିଲେ ବୋଲି ସୂଚନା ମିଳିଛି । ପୂର୍ବରୁ ସେ ମଧ୍ୟ ବିଜେପିର ସକ୍ରିୟ ସଦସ୍ୟ ରହିଥିଲେ । ସେ ହେଉଛନ୍ତି ତାଲିବ ହୁସେନ ଶାହା(Talib Hussain Shah) । ଏ ଘଟଣା ଏବେ ହଇଚଇ ସୃଷ୍ଟି କରିଛି । ଉଭୟଙ୍କ ଠାରୁ ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ୨ଟି ଏକେ ରାଇଫଲ ସହ ଗ୍ରେନେଡ ମଧ୍ୟ ଜବତ କରାଯାଇଥିଲା । ପରେ ଉଭୟଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।

ଏହାବି ପଢନ୍ତୁ:ଦୁଇ ସଶସ୍ତ୍ର ଆତଙ୍କବାଦୀଙ୍କୁ କାବୁ କରି ସେନାକୁ ଜିମା ଦେଲେ ଗ୍ରାମବାସୀ

ପୋଲିସ ହେପାଜତରେ ଥିବା ତାଲିବର ଏକାଧିକ ବରିଷ୍ଠ ବିଜେପି ନେତାଙ୍କ ସହ ଫଟୋ ଥିବା ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଘଟଣାରେ ମୁହଁ ଖୋଲିଛନ୍ତି ଜମ୍ମୁକାଶ୍ମୀର ବିଜେପି ସଭାପତି ରବିନ୍ଦ୍ର ରାଣା । ସେ ଏଥିପାଇଁ ଅନଲାଇନ ମେମ୍ବରସିପକୁ ଦାୟୀ କରିଛନ୍ତି । ଦଳରେ ସାମିଲ ହେଉଥିବା ଲୋକଙ୍କ ବିଷୟଙ୍କ କୈଣସି ସୂଚନା ସଠିକ ନିଆଯାଉନାହିଁ । ସେଥିପାଇଁ ଯେ କୌଣସି ବ୍ୟକ୍ତି ସହଜରେ ଦଳରେ ସାମିଲ ହେଉଛନ୍ତି । ତେବେ, ଚଳିତ ବର୍ଷ ମେ’ ୯ରେ ଦଳ ତାଲିବକୁ ଜମ୍ମୁର ସୋସିଆଲ ମିଡିଆ ଇନଚାର୍ଜ ଦାୟିତ୍ବ ଦେଇଥିଲା ।

ABOUT THE AUTHOR

...view details