ହାଇଦ୍ରାବାଦ:ହାଇଦ୍ରାବାଦବାସୀଙ୍କ ପାଇଁ ଖୁସି ଖବର । ସହରର ସବରବ୍ରସ ଅଞ୍ଚଳରେ ତିଆରି ହେବ ଭାରତୟ ସର୍ବବୃହତ ଟନେଲ ଆକ୍ବାରିୟମ । ସରକାର ଏବଂ ପ୍ରାଇଭେଟ ସଂସ୍ଥାର ମିଳିତ ଉଦ୍ୟମରେ ଏହାକୁ ତିଆରି କରିବା ପାଇଁ ଯୋଜନା ରହିଥିବା ବେଳେ ଏଥିପାଇଁ ୩୫୦କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ମହାନଗର ନିଗମ ପ୍ରାଧିକରଣ (HMDA) ଶୁକ୍ରବାର ଦିନ ବିଶ୍ୱସ୍ତରୀୟ ଟେଣ୍ଡର୍ ଡାକିଛନ୍ତି ।
ସୁନ୍ଦର ଡିଜାଇନ୍, ତିଆରି କରିବାର ଶୈଳୀ, ଫାଇନାନ୍ସ, ଅପରେଟ୍ ଏବଂ ଟ୍ରାନ୍ସଫର (DBFOT) ଆଧାରରେ 30 ବର୍ଷ ଧରି ବିଡ୍ ଜିତିଥିବା କମ୍ପାନୀକୁ ଏହି ପ୍ରକଳ୍ପ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ତେବେ ପ୍ରକାଶଥାଉକି, ହାଇଦ୍ରାବାଦର ହିମାୟତସାଗର ନିକଟରେ ଥିବା କୋଟଓ୍ବାଲଗୁଡାରେ ୧୫୦ ଏକର ଅଞ୍ଚଳରେ HMDA ତତ୍ତ୍ବାବଧନରେ ଏକ ପାର୍କର ଉନ୍ନତିକରଣ କରାଯାଉଛି । ବର୍ତ୍ତମାନ ତିଆରି ହେବାକୁ ଥିବା ଟନେଲ ଆକ୍ବାରିୟମ ୫ଏକର ଜାଗାରେ ତିଆରି ହେବ । ତେବେ ବର୍ତ୍ତମାନର ପ୍ଲାନିଂ ଅନୁସାରେ ତିଆରି ହେବାକୁ ଥିବା ଟନେଲ ଆକ୍ବାରିୟମ ଚେନ୍ନାଇ ମେରାଇନ ପାର୍କ ଅହମ୍ମଦାବାଦର ସାଇନ୍ସ ସିଟିରେ ରହିଛି । ଏହି ଦୁଇ ଆକ୍ବାରିୟମର ଦାୟିତ୍ବ ନେଇଥିବା ଅଧିକାରୀ ହିଁ କୋଟଓ୍ବାଲଗୁଡାରେ ନୂଆ ଧରଣର ଏକ ଆକ୍ବାରିୟମ ସ୍ଥାପନ କରିବେ । ତେବେ ଟଣ୍ଡରସଙ୍କ ପକାଇବା ପାଇଁ ଏହି ମାସ ଶେଷ ୩୧ ଶେଷ ତାରିଖ ରହିଛି । ପ୍ରଥମେ ଟେକନିକାଲ ବିଡ ଚୟନ କରାଯିବ, ଏହାପରେ ପ୍ରାଇସ ବିଡ ଅନୁସାରେ ଟେଣ୍ଡର ହସ୍ତାନର କରାଯିବ । ଏକ ସରକାରୀ ସୁତ୍ରରୁ ପ୍ରକାଶ ପାଇଛି ଯେ, ଯେଉଁ କମ୍ପାନୀକୁ ଏହି ଟେଣ୍ଡର ପ୍ରଦାନ କରାଯିବ, ସେ ଆସନ୍ତା ୨ ବର୍ଷ ମଧ୍ୟରେ କାମ ଶେଷ କିରବେ । ଆସନ୍ତା ୨ ବର୍ଷ ଭିତରେ ହାଇଦ୍ରାବାଦରେ ବୃହତ ଟନେଲ ଆକ୍ବାରିୟମ ତିଆରି ହେବ ।
ଏଭଳି ହେବ ଏହି ଟନେଲ ଆକ୍ବାରିୟମ:ତିଆରି ହେବାକୁ ଥିବା ଏହି ଟନେଲ ଆକ୍ବାରିୟମର ଲମ୍ବ ୧୦୦ମିଟର ଲମ୍ବା ହୋଇଥିବା ବେଳେ ଓସାର ୩.୫ ଫୁଟ ଏବଂ ୧୮୦ ଡିଗ୍ରୀ ରହିବ । ଯେତେବେଳେ ଏହି ଟନେଲ୍ ମଧ୍ୟରୁ କୌଣସି ପର୍ଯ୍ୟଟକ ଯିବେ ତାହାଲେ ସେମାନଙ୍କୁ ଗଭୀର ସମୁଦ୍ର ଭିତର୍ ରହିଲା ଭଳି ମନେ ହେବ ।