ଓଡିଶା

odisha

ETV Bharat / bharat

୨୭୮୨ଟି ତୁଳସୀ ଚାରାରେ ବିରାଟ ପଦ୍ମ ଆକୃତି ନିର୍ମିତ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କୁଚ୍ଚ (PM Modio visit to Kutch) ଗସ୍ତରେ ଆସୁଛନ୍ତି । ଏହି ଅବସରରେ ୨୭୮୨ଟି ତୁଳସୀ ଚାରାରେ ବିରାଟ ପଦ୍ମ ଆକୃତି ନିର୍ମିତ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 26, 2022, 9:23 PM IST

ଗାନ୍ଧୀନଗର:ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କୁଚ୍ଚ (PM Modi visit to Kutch) ଗସ୍ତରେ ଆସୁଛନ୍ତି । ଏଥିଲାଗି ଉକ୍ତ ଅଞ୍ଚଳରେ ଜୋରଦାର ପ୍ରସ୍ତୁତି ଚାଲିଛି । ବିଜେପିର ଦଳୀୟ ଚିହ୍ନ ପଦ୍ମ ହୋଇଥିବାରୁ ଉକ୍ତ ଅଞ୍ଚଳରେ ୨୭୮୨ଟି ତୁଳସୀ ଚାରା (Tulsi saplings) ଲଗାଯାଇ ବିରାଟ ବଡ଼ ପଦ୍ମ (Largest lotus made from Tulsi plant) ଆକୃତି ତିଆରି ହୋଇଛି । ଏପରି କରି ସାଂସଦ ବିନୋଦ ଚାଭଦା ଓ ତାଙ୍କ ସଂଗଠନ ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟ ଗସ୍ତ

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭୁଜରେ ପ୍ରଧାନମନ୍ତ୍ରୀ ଯୋଗ ମହୋତ୍ସବ ଆୟୋଜିତ ହୋଇଛି । ମୋଦି ୨୮ ତାରିଖରେ ପହଞ୍ଚି ଉକ୍ତ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବେ । ଏହାସହିତ ଅନେକ କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ଅଧୀନରେ ୭୫ଟି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ । ସହରର ଅନେକ କ୍ରୀଡାବିତ ଏଥିରେ ଅଂଶଗ୍ରହଣ କରିବେ ।

ଏହି ଅବସରରେ ତୁଳସୀ ଚାରାକୁ ବ୍ୟବହାର କରାଯାଇ ଏକ ବିରାଟ ବଡ଼ ପଦ୍ମ ଆକୃତି ତିଆରି କରାଯାଇଛି । ୨୫୦୦ରୁ ଅଧିକ ତୁଳସୀ ଚାରା ମଧ୍ୟ ଯୋଜନା କରାଯାଇଛି । ଏହା ବିଶ୍ବ ରେକର୍ଡ ଭାରତରେ ସ୍ଥାନ ପାଇଛି । ଏଥିପାଇଁ ୨୫୦୦ରୁ ଚାରା ଧାର୍ଯ୍ୟ କରାଯାଇଥିବା ବେଳେ ୨୭୮୨ ତୁଳସୀ ଚାରା ରୋପଣ କରାଯାଇଛି । ପୁରା ଟିମ୍ ଏହି ପ୍ରତିମୂର୍ତ୍ତିକୁ ସାଢେ ୪ ଘଣ୍ଟାରେ ସମାପ୍ତ କରିଛନ୍ତି । ଏହାର ଚଉଡ଼ା ୩୦ ଫୁଟ ରହିଥିବା ବେଳେ ଲମ୍ବ ୨୫ ଫୁଟ ରହିଛି ।

ABOUT THE AUTHOR

...view details