ଗାନ୍ଧୀନଗର:ଦୀର୍ଘ ବର୍ଷର ଅପେକ୍ଷା ପରେ ଗାଁକୁ ଆସିଲା ପାଣି । ଗୁଜୁରାଟର କୁଚ ଅନ୍ତର୍ଗତ ମାଣ୍ଡଭି ଏବଂ ମୁଣ୍ଡ୍ରା କେନାଲରେ ନର୍ମଦା ନଦୀର ଜଳ ପ୍ରବାହିତ ହୋଇଛି । କେନାଲରେ ପାଣି ଆସିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା । କିନ୍ତୁ କିଛି କ୍ଷଣର ଖୁସି ପାଣି ଫଟୋକା ଭଳି ମିଳେଇଗଲା । ବହୁ ପ୍ରତିକ୍ଷିତ କେନାଲ ଉଦଘାଟନର 12 ଘଣ୍ଟା ପରେ ତାହା ଭୁଶୁଡ଼ି ପଡିଥିଲା ।
ଉଦଘାଟନର 12 ଘଣ୍ଟା ପରେ ଭୁଶୁଡ଼ିଲା ବହୁ ପ୍ରତିକ୍ଷିତ କେନାଲ - ଉଦଘାଟନ ପରେ ଭୁଶୁଡ଼ିଲା ବହୁ ପ୍ରତିକ୍ଷିତ କେନାଲ
ଦୀର୍ଘ ବର୍ଷର ଅପେକ୍ଷା ପରେ ଗାଁକୁ ଆସିଲା ପାଣି । ଗୁଜୁରାଟର କୁଚ ଅନ୍ତର୍ଗତ ମାଣ୍ଡଭି ଏବଂ ମୁଣ୍ଡ୍ରା କେନାଲରେ ନର୍ମଦା ନଦୀର ଜଳ ପ୍ରବାହିତ ହୋଇଛି । କିନ୍ତୁ କିଛି କ୍ଷଣରେ ବହୁ ପ୍ରତିକ୍ଷିତ କେନାଲଟି ଭୁଶୁଡ଼ି ପଡିଥିଲା । ଅଧିକ ପଢ଼ନ୍ତୁ
ଗୁଜୁରାଟରେ ପ୍ରବଳ ବର୍ଷା ଯୋଗୁଁ ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ନୂତନ କେନାଲଟି ଭୁଶୁଡ଼ି ଯାଇଥିଲା । ଏହାପରେ କେନାଲରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଚାଷ ଜମିରେ ପାଣି ପଶିଥିଲା । ଫଳରେ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ଦଶନ୍ଧି ଅପେକ୍ଷା ପରେ ମାଣ୍ଡଭି ଏବଂ ମୁଣ୍ଡ୍ରା କେନାଲ ଦେଇ ନର୍ମଦା ଜଳ ପ୍ରବାହିତ ହୋଇଥିଲା । କିନ୍ତୁ ଗୋଟିଏ ଦିନରେ କେନାଲ ଭୁଶୁଡ଼ି ଯିବାନେଇ ଅନେକ ପ୍ରଶ୍ନ ଉଠୁଛି । କେନାଲ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଅନ୍ୟପଟେ କେନାଲର ତୁରନ୍ତ ମରାମତି ହେବ ବୋଲି ନର୍ମଦା ନିଗମ ଅଧିକାରୀ କହିଛନ୍ତି ଏବଂ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କୁ କ୍ଷତିପୂରଣ ଦେବାନେଇ ସୂଚନା ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ