ଓଡିଶା

odisha

By

Published : May 29, 2021, 9:39 AM IST

ETV Bharat / bharat

ଗଙ୍ଗୋତ୍ରୀ ରାଜପଥରେ ଭୂସ୍ଖଳନ

ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଜାତୀୟ ରାଜପଥଠାରେ ଭୂସ୍ଖଳନ । ବର୍ଡର ରୋଡ ଅର୍ଗାନାଇଜେସନର ପୁନରୁଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ...

ଗଙ୍ଗୋତ୍ରୀ ରାଜପଥରେ ଭୂସ୍ଖଳନ, ପୁନରୁଦ୍ଧାର କାର୍ଯ୍ୟ ଜାରି
ଗଙ୍ଗୋତ୍ରୀ ରାଜପଥରେ ଭୂସ୍ଖଳନ, ପୁନରୁଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ଅନ୍ତର୍ଗତ ଗଙ୍ଗୋତ୍ରୀ ଜାତୀୟ ରାଜପଥ ନିକଟରେ ଭୂସ୍ଖଳନ । ଶନିବାର ଦିନ ଏହି ଭୂସ୍ଖଳନ ହୋଇଛି । ଭୂସ୍ଖଳନ ପରେ ରାଜପଥରେ ବିପୁଳ ପରିମାଣର ପଥର ଓ ଆବର୍ଜନା ଜମି ଯାଇଛି । ଘଟଣାସ୍ଥଳରେ ବର୍ଡର ରୋଡ ଅର୍ଗାନାଇଜେସନ(BRO) ପହଞ୍ଚି ରାଜପଥରେ ଯାତାୟତ ସ୍ବାଭାବିକ କରିବାକୁ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଜିଲ୍ଲା ବିପର୍ଯ୍ୟୟ ପରିଚଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି, ବର୍ଡର ରୋଡ ଅର୍ଗାନାଇଜେସନ ଡୋଜର, ଗୋଟିଏ କମ୍ପ୍ରେସର, ଟିପ୍ପର ଏବଂ 20 ଜଣ ଶ୍ରମିକଙ୍କୁ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରି ରାସ୍ତାରୁ ପଥର ଓ ଅଳିଆ ସଫା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details