ଓଡିଶା

odisha

ETV Bharat / bharat

Bullet train Project in India: ଖୁବ ଶୀଘ୍ର ଗଡ଼ିବ ବୁଲେଟ ଟ୍ରେନ୍‌, ଥାନେ ଜିଲ୍ଲାରେ ଶତ ପ୍ରତିଶତ ଜମି ଅଧିକୃତ

ଖୁବ ଶୀଘ୍ର ଗଡ଼ିବ ବୁଲେଟ ଟ୍ରେନ୍‌ । ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ରାସ୍ତା ହେଲା ସହଜ । ଥାନେ ଜିଲ୍ଲାରେ ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି । ଅଧିକ ପଢ଼ନ୍ତୁ

land acquisition completed in thane for bullet train track construction
Bullet train Project in India: ଖୁବଶୀଘ୍ର ଗଡ଼ିବ ବୁଲେଟ ଟ୍ରେନ୍‌, ଥାନେ ଜିଲ୍ଲାରେ ଶତ ପ୍ରତିଶତ ଜମି ଅଧିକୃତ

By

Published : Sep 30, 2022, 9:41 PM IST

ନୂଆଦିଲ୍ଲୀ: ଖୁବ ଶୀଘ୍ର ଗଡ଼ିବ ବୁଲେଟ ଟ୍ରେନ୍‌ । ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ରାସ୍ତା ହେଲା ସହଜ । ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ପ୍ରଥମେ ବୁଲେଟ ଚଳାଚଳ ପାଇଁ ଯୋଜନା ରହିଛି । ଏଥିପାଇଁ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଶତ ପ୍ରତିଶତ ଜମି ଅଧିଗ୍ରହଣ ଶେଷ ହୋଇଛି । ବୁଲେଟ ଟ୍ରେନ୍‌ ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ୍‌ ପ୍ରୋଜେକ୍ଟ । ଜମି ଅଧିଗ୍ରହଣ ହେବାପରେ ଏହାକୁ ନ୍ୟାସନାଲ୍‌ ହାଇସ୍ପିଡ୍‌ ରେଲ୍‌ କର୍ପୋରେସନକୁ ଜମି ଦସ୍ତାବିଜ୍‌ ପ୍ରଦାନ କରାଯାଇଛି ।

ବୁଲେଟ ଟ୍ରେନ୍‌ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନେଇ ଥାନେ ଜିଲ୍ଲାର ସବଡିଭିଜନ୍‌ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏହାକୁ ନେଇ ଗୁରୁବାର ମାଉଜେ ଆଗାଶନ, ମାର୍ତଡି, ବେଟ୍ବାଡେ, ଦାୱଲେ, ପଡେ, ସିଲ୍‌, ଦେଶାଇ ଆଦି ଅଞ୍ଚଳରେ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ପୂର୍ବରୁ ସେପ୍ଟେମ୍ବର ୩୦ ସୁଦ୍ଧା ଅଧିକୃତ ହେବାକୁ ଥିବା ଜମି ନ୍ୟାସନାଲ୍‌ ହାଇସ୍ପିଡ୍‌ ରେଲ୍‌ କର୍ପୋରେସନକୁ ଅଧିକୃତ ଜମି ପ୍ରଦାନ କରାଯିବା ନେଇ ସୂଚନା ବୋର୍ଡ ଲଗାଯାଇଥିଲା । ଗୁରୁବାର ହୋଇଥିବା ଉଚ୍ଛେଦ ପ୍ରକ୍ରିୟାରେ ୧୨ଟି ଉଚ୍ଚ ଅଟ୍ଟାଳିକା ସହ ବିଦ୍ୟୁତ ଖୁଣ୍ଟ ଓ କିଛି ବସ୍ତି ଅଞ୍ଚଳ ଭଙ୍ଗା ଯାଇଥିଲା ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, " ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ବହୁ ବିରୋଧର ସାମ୍ନା କରିବାକୁ ପଡ଼ିଛି । କିନ୍ତୁ ପୋଲିସର ସହାୟତାରେ ସମସ୍ତ କାର୍ଯ୍ୟ ସୁରୁଖୁରୁ ସମ୍ପାଦିତ ହୋଇଥିଲା ।"

ଏହି ସେବା ପ୍ରଥମେ ମୁମ୍ବାଇ-ଅହମ୍ମଦାବାଦ ହାଇ ସ୍ପିଡ୍ ରେଳ ମାର୍ଗରେ ଚାଲିବ । ତେବେ ଏହା ସମ୍ପୂର୍ଣ୍ଣ ଗୁଜୁରାଟ ବିଭାଗ ପାଇଁ ପରୀକ୍ଷା ୨୦୨୬ରେ ଆରମ୍ଭ ହେବାକୁ ଥିବା ବେଳେ ଜାତୀୟ ହାଇ ସ୍ପିଡ୍ ରେଳ ନିଗମ ଲିମିଟେଡ(NHSRCL) ପରିଚାଳନା ନିର୍ଦ୍ଦେଶକ ଏସସି ଅଗ୍ନିହୋତ୍ରୀ ଏହି ସୂଚନା ଦେଇଥିଲେ । ଏଥିସହ ୨୦୨୭ରୁ ଯାତ୍ରୀ ଏହି ସେବା ପାଇ ପାରିବେ ବୋଲି ସେ କହିଥିଲେ । ଏହା ସହିତ ପ୍ରକଳ୍ପର ଖର୍ଚ୍ଚ ବୃଦ୍ଧି ସମୟସୀମା ସହ ବିଭିନ୍ନ ସମସ୍ୟା ଲାଗି ଠିକ ସମୟରେ ଶେଷ ହୋଇ ପାରିନାହିଁ ବୋଲି କହିଥିଲେ ।

ସେହିଭଳି କୋଭିଡ ମହାମାରୀ ଓ ଅନ୍ୟାନ୍ୟ ଅସୁବିଧା କାରଣରୁ ଏହା ବିଳମ୍ବ ହୋଇଥିଲା । ଗୁଜୁରାଟ ଏବଂ ଦାଦ୍ରା ଏବଂ ନାଗର ହାଭେଲିରେ ସମଗ୍ର ରୁଟ ନିର୍ମାଣ ପାଇଁ ଶତ ପ୍ରତିଶତ ନାଗରିକ ଚୁକ୍ତିନାମା ଅର୍ଥାତ୍ ୩୫୨ କିଲୋମିଟର ରୁଟ ନିର୍ମାଣ ପାଇଁ ଭାରତୀୟ ଠିକାଦାରଙ୍କୁ ପ୍ରଦାନ କରାଯାଇଛି । ହାଇ-ସ୍ପିଡ୍ ରେଳ ପ୍ରକଳ୍ପର ସୁରଟ ଷ୍ଟେସନ୍ ସବୁଠାରୁ ବଡ ଷ୍ଟେସନ ହେବାକୁ ଥିବା ବେଳେ ଏହା ୪୮,୨୩୪ ବର୍ଗ ମିଟର ବିଶିଷ୍ଟ ଏକ ବୃହତ ଷ୍ଟେସନ ହେବ ।

ABOUT THE AUTHOR

...view details